ପୁରୀ ୯/୯ ଯକ୍ଷ୍ମା ଓ ସଂକ୍ରାମକ ରୋଗ ହାସପାତାଳ, ପୁରୀ ର ରୋଗୀ କଲ୍ୟାଣ ସମିତି ର ପରିଚାଳନା କମିଟି ବୈଠକ ୨୦୨୬-୨୭ ଆଜି ତା୦୯.୦୯.୨୦୨୬ରିଖ ସକାଳ ୧୧ ଘଟିକା ସମୟରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲ। ବିଧାୟକ ପୁରୀ ଏବଂ ରୋଗୀ କଲ୍ୟାଣ ସମିତି ର ଅଧକ୍ଷ ସୁନୀଲ କୁମାର ମହାନ୍ତି ଉକ୍ତ ବୈଠକରେ ଅଦ୍ଧକ୍ଷତା କରିଥିଲେ । ଆବାହକ ଡାଃ ରଶ୍ମୀରଞ୍ଜନ ବେହେରା,ଅଧିକ୍ଷକ ଟିବି ହସପିଟାଲ ଏବଂ ଡାଃ ଉତ୍ପଳ କୁମାର ନନ୍ଦୀ, ଟିବି ହସପିଟାଲ ପରାମର୍ଶ ଦାତା ଉକ୍ତ ବୈଠକକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏହି ବୈଠକରେ ଡାଃ Sukanta Kumar Rath, CDM & PHO, Puri ଏବଂ ଡାଃ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଡାଃ Soumya Ranjan Sarangi, ଶ୍ରୀମତୀ ସଞ୍ଜୁଲତା ସ୍ଵାଇଁ TB & IDH, Puri ଏତିସହିତ ବିଭିନ୍ନ line Department ର ଅଧିକାରୀ ବୃନ୍ଦ ଯୋଗଦାନ କରିଥିଲେ ।
ଉକ୍ତ ବୈଠକରେ ହାସପାତ।ଳ ର ଉନ୍ନତି ନିମନ୍ତେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଯଥା:- construction of OPD & IPD, illegal encroachment of Hospital land area, drainage system, eviction of mobile tower ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ଗତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରୋଗୀ କଲ୍ୟାଣ ସମିତି ର ବିଭିନ୍ନ ପ୍ରକାର ରୋଗୀମାନଙ୍କ ନିମନ୍ତେ ହୋଇଥିବା ଖର୍ଚ ୫,୬୬,୯୭୬/- ଟଙ୍କା ଅନୁମୋଦିତ କରଯାଇଥିଲା ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨,୩୭,୪୯୧/- ଟଙ୍କା (୦୧.୦୪.୨୦୨୬ ରୁ ୩୧.୦୮.୨୦୨୬) ଅନୁମୋଦନ କରଗଲା । ଆଗାମୀ ସମୟ ୦୧.୦୯.୨୦୨୬ ରୁ ୩୧.୦୩.୨୦୨୭ ପର୍ଯ୍ୟନ୍ତ ରୋଗୀ କଲ୍ୟାଣ ସମିତି ର ଅଟକଳ ବ୍ୟୟବରାଦ ୩,୮୧,୪୫୯/- ଟଙ୍କା ଅନୁମୋଦନ କରଗଲା ।
ସର୍ବଶେଷରେ ବୈଠକର ଅଦ୍ଧକ୍ଷଙ୍କ ଅନୁମତିକ୍ରମେ ଡାଃ Soumya Ranjan Sarangi, TB & IDH, Puri ସମସ୍ତଙ୍କୁ ଧନ୍ୟବାଦ
ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ।











