Home / ମୁଖ୍ୟ ଖବର / ଧଳା ଜହର କବଳରେ ସତ୍ୟବାଦୀ

ଧଳା ଜହର କବଳରେ ସତ୍ୟବାଦୀ

ପୋଲିସର କାର୍ଯ୍ୟାନୁଷ୍ଠାନ
ସତ୍ୟବାଦୀ : ୧୩.୧୨.୨୨
ଅନେକ ଦିନ ହେବ ଧଳା ଜହର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଐତିହାସିକ ବକୁଳବନ , ପ୍ରତିଦିନ ଜମୁଥିଲା ନିଶାଗ୍ରସ୍ତ ଙ୍କ ଆସର। ଏହି ଘଟଣାକୁ ତୀକ୍ଷ୍ଣ ନଜରରେ ରଖିଥିବା ସତ୍ୟବାଦୀ ପୋଲିସ୍ କୁ ବଡ଼ ସଫଳତା ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ବାଉନ ସୁଗାର ଜବତ ହେବା ସହିତ ଗିରଫ ହୋଇଛନ୍ତି ଦୁଇ ବେପାରୀ।
ପୁରୀ ପୋଲିସ ଦ୍ୱାରା ନିଶା କାରବାରୀଙ୍କ ବିରୁଦ୍ଧରେ ଜାରିରହିଥିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ବଡ ସଫଳତା ମିଳିଛି । ଏହି କ୍ରମରେ ସତ୍ୟବାଦୀ ପୋଲିସ ଦ୍ୱାରା ପ୍ରାୟ ୫୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହେବା ସଙ୍ଗେସଙ୍ଗେ ଦୁଇଜଣ ଅପରାଧୀଙ୍କୁ କେସ ନମ୍ବର୍ 368 ଏବଂ ଧାରା US-21 (b)/29 ଅନୁଯାୟୀ ଗିରଫ କରାଯାଇଛି । ଆଜି ସତ୍ୟବାଦୀ ଥାନା ପରିସରରେ ଗଣମାଧ୍ୟମକୁ ସୂଚନା ଦେଇ ପିପିଲି ଉପଖଣ୍ଡ ଆରକ୍ଷୀ ଅଧ୍ଵକାରୀ, ଶ୍ରୀ ଦେବଦତ୍ତ ବରାଳ କହିଛନ୍ତି ଯେ, ଗତକାଲି ତା ୧୨.୧୨.୨୦୨୨ ରିଖ ଅପରାହ୍ନରେ ବିଶେଷ ସୂତ୍ରରୁ ସୂଚନା ପାଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ସତ୍ୟବାଦୀ ଥାନାର ମହିଳା ସବ-ଇନ୍କ୍‌ପେକ୍ସର ମମତା ବିଶ୍ଵାଳ, ଏ ଏସ ଆଇ କୃଷ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଏକ ପୋଲିସ ଟିମ ପଞ୍ଚସଖା ନିକଟସ୍ଥ ବକୁଳବନ ଛକରେ ଆତର୍କିତ ଚଢାଉ କରିଥଲେ । ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ରାକେଶ କୁମାର ସ୍ଵାଇଁ, ସା-ଗବପଡା ଓ ଅନନ୍ତମଣି ମିଶ୍ର ସା-ପୋଡଙ୍ଗ ସାହି ଉଭୟଙ୍କ ଥାନା- ସତ୍ୟବାଦୀ, ଜିଲ୍ଲା- ପୁରୀକୁ ହେପାଜତକୁ ନେଇ ପଚରା ଉଚରା କରିଥୁଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଭୟଙ୍କ ତଲାସି ନେବାରେ ସେମାନଙ୍କ ନିକଟରୁ ପ୍ରାୟ ୫୪ ଗ୍ରାମ ଓଜନର ବ୍ରାଉନ ସୁଗାର, ଯାହାର ଆନୁମାନିକ ମୂଲ୍ୟ ୫,୪୦,୦୦୦ ଟଙ୍କା, ଗୋଟିଏ ମହିନ୍ଦ୍ରା ସ୍କୁଟି(), ନଗଦ ଟଙ୍କା ୧୮୭୦୦/-, ମୋବାଇଲ ଫୋନ, ବଢ଼ାଉନ ସୁଗାର ପୁଡିଆ ତିଆରିରେ ବ୍ୟବହାର ହେଉଥୁବା ଛୋଟ ସାଇଜର
ପଲିଥିନ ପ୍ୟାକେଟ ଜବତ କରଯାଇଥିଲା । ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଉଭୟଙ୍କ
ବିରୁଦ୍ଧରେ NDPS ଆଇନର ବିଭିନ୍ନ ଧାରାରେ ମକଦ୍ଦମା ରୁଜୂ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ସତ୍ୟବାଦୀ ଥାନାର ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ବିଜୟ କେତନ ବେହେରା ଏହି ମୋକଦ୍ଦମାର ତଦନ୍ତଭାର ଗ୍ରହଣ କରିଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ନିଶା ଦ୍ରବ୍ୟ କାରବାର ବିରୁଦ୍ଧରେ ପୁରୀ ପୋଲିସର ଶୂନ୍ୟ ସହନଶୀଳତା ନୀତି ଆଗକୁ ଜାରି ରହିବ ବୋଲି ପିପିଲି ଉପଖଣ୍ତ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply