Home / ମୁଖ୍ୟ ଖବର / ବନ୍ଧୁ ମାନଙ୍କ ପାଇଁ ଦିନଟିଏ

ବନ୍ଧୁ ମାନଙ୍କ ପାଇଁ ଦିନଟିଏ

ସାକ୍ଷୀଗୋପାଳ, ୧୮।୧୨

ବନ ବିଦ୍ୟାଳୟ ର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟଵାଦୀ ଉଚ୍ଚ ବିଦ୍ୟାଳୟ ୧୯୭୫ ମସିହା ମାଟ୍ରିକ ବ୍ୟାଚ ଛାତ୍ରସାଥୀ ମାନଙ୍କ ର ୪ର୍ଥ ବାର୍ଷିକ ବନ୍ଧୁମିଳନ ବକୁଳବନ ସ୍ଥିତ ବଉଳ ବାଟିକାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରସଂଘ ସଭାପତି ଉମେଶ ଚନ୍ଦ୍ର ବରାଳଙ୍କ ବୈଠକରେ ଅଧ୍ୟକ୍ଷତା କରି ବନ ଵିଦ୍ୟାଳୟ ର ବିସ୍ମୃତ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରରମ୍ଭରେ ଦିବଂଗତ ସାଥୀ ମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯିବା ସହିତ ବଉଳ ବାଟିକା ରକ୍ଷକ କାଶୀନାଥ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଶରତ କୁମାର ସାହୁ, ସଦସ୍ୟ ଅଜୟ କୁମାର ହୋତା, ରଙ୍ଗାଧର ଦାଶ, ଡ଼ାକ୍ତର ଦେବ ପ୍ରସାଦ ଦାଶ, ଭ୍ରମରବର ସ୍ବାଇଁ, ସୂର୍ଯ୍ୟ ନାରାୟଣ ଦାଶ, ଶରତ ସାମନ୍ତରାୟ, ଗୋବିନ୍ଦ ଶତପଥି, ଦୁର୍ଗା ମହାପାତ୍ର, ନବ କିଶୋର ମହାପାତ୍ର, ରାମଚନ୍ଦ୍ର ମହାନ୍ତି ପ୍ରମୁଖ ସ୍ମୃତି ଚାରଣ କରି ବୟସରେ ପରଷ୍ପର ସହଯୋଗ କାମନା କରିଥିଲେ। ଏହି ଅଵସରରେ ଅସହାୟ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ୭୦ ଜଣ ଛାତ୍ରସାଥୀ ଓ ବନ୍ଧୁପତ୍ନୀ ମାନଙ୍କୁ ନେଇ ଵଣଭୋଜି ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply