୧୦.୯.ପୁରୀ ଶ୍ରୀ ଶ୍ରୀ ମା କଟିକିପେଣ୍ଠ ମଶାଣିଚଣ୍ଡୀ ଉନ୍ନୟନ କମିଟିର ସଦସ୍ୟ, ସଦସ୍ୟାମାନେ ,ମଶାଣି ଚଣ୍ଡୀ ଙ୍କ ମନ୍ଦିର ତଥା ଏହାର ପରିବେଶ ଉନ୍ନତି କରଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି । ମାର୍କଣ୍ଡେଶ୍ଵର ସାହି ମୌଜାରେ ଥିବା ଓଁ ଶ୍ରୀ ଶ୍ରୀ ମା କଟିକିପେଣ୍ଠ ମଶାଣିଚଣ୍ଡୀ ପୀଠ ଶ୍ରୀକ୍ଷେତ୍ରର ଏକ ପ୍ରମୁଖ ପୀଠ ଅଟେ । ଏହି ପୀଠ ଆବାହନ କାଳରୁ ପ୍ରତିଷ୍ଠା ଅର୍ଜନ କରିଥିବାରୁ ଅଗଣିତ ଭକ୍ତ ମାଙ୍କ କୃପା ଭିକ୍ଷା ଲାଗି ଦର୍ଶନ ନିମନ୍ତେ ଏଠାକୁ ଆସିଥାନ୍ତି । ଏହି ମାଆଙ୍କ ମନ୍ଦିରରେ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ପୂଜା ପାର୍ବଣ, ମାନସିକ ଭୋଜିଭାତ ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥାଏ । ମାଙ୍କ ନିକଟରେ ଥିବା ମଶାଣିରେ ମୃତ ଗୋରୁ, ଗାଈ, ମୃତ ଶିଶୁ ଓ ଅଚିହ୍ନା ଶବ ଆଦି ପୋତାଯାଇ ସଂସ୍କାର କରାଯାଏ। ଏହା ଏକ ଦର୍ଶନୀୟ ସ୍ଥାନ ହୋଇମଧ୍ଯ ଯଥୋଚିତ ଉନ୍ନତିକରଣ ସରକାରଙ୍କ ଦ୍ଵାରା ହୋଇନାହିଁ । ମାଆଙ୍କ ପ୍ରାଙ୍ଗଣରେ ଥିବା ମଶାଣିରେ ସାମାନ୍ୟ ବର୍ଷା ହେବାଯୋଗୁଁ ଦିର୍ଘଦିନ ଧରି ପାଣି ଜମି ରହୁଅଛି । ଏହି ପାଣି ଜମି ରହିବା ଯୋଗୁଁ ଲୋକମାନେ ବିଭିନ୍ନ ମୃତ ଦେହକୁ ଆଣି ମଶାଣିର ନିର୍ଦ୍ଦିଷ୍ଟ ସ୍ଥାନରେ ନପୋତି ଏଣେତେଣେ ଫିଙ୍ଗି ଦେଉଛନ୍ତି । ଏଥି ସହ ବର୍ଷା ପାଣି ଜମି ରହିବାରୁ ପୋତାହୋଇଥିବା ଶବ ମଧ୍ୟ ପାଣିରେ ଭାସିଆସି ମାଆଙ୍କ ମନ୍ଦିର ନିକଟରେ ପଡି ରହୁଛି । ଏହା ଫଳରେ ଶବ ପଚିସଢି ପରିବେଶ କୁ ପୂତି ଗନ୍ଧମୟ ପରିବେଷ ସୃଷ୍ଟି ହେଉଅଛି । ସ୍ଥାନୀୟ ଲୋକମାନେ ଓ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁତି ଗନ୍ଧମୟ ପରିବେଷ ଯୋଗୁଁ ମାଆଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି । ଏହି କ୍ଷେତ୍ର ପୁରୀ ର ସର୍ବପୁରାତନ ତଥା ଏକ ପର୍ଯ୍ୟଟନ ଓ ଧାର୍ମିକ କେନ୍ଦ୍ରସ୍ଥଳୀ ହୋଇଥିଲେ ମଧ୍ୟ ମାଆଙ୍କ ପାରିପାର୍ଶିକ ଅବସ୍ଥା ଉନ୍ନତି କରାଯାଇନାହିଁ ।ଏଠାରେ ମା ଙ୍କ ବିଭିନ୍ନ ପୂଜା ପର୍ବାଣୀ ଅନୁଷ୍ଠିତ ହୋଇଥାଏ। ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ମାଆ ମଶାଣିଚଣ୍ଡୀଙ୍କ ଯଜ୍ଞ ଓ ଷୋଳପୂଜାଦି ଅନୁଷ୍ଠିତ ହେବ । ତୁରନ୍ତ ଜିଲ୍ଲା ପ୍ରଶାସନ ତରଫରୁ ହସ୍ତକ୍ଷେପ କରାଯାଇ ମଶାଣିରେ ଜମି ରହୁଥୁବା ଜଳ ନିଷ୍କା ସ୍ଥାନରେ ଶବ ପୋତାଯିବାର ବ୍ୟବସ୍ଥା ଓ ପରିବେଶର ସର୍ବାଙ୍ଗୀନ ଉନ୍ନତି କରାଯିବା ପାଇଁ ମଶାଣି ଚଣ୍ଡୀ ଉନ୍ନୟନ କମିଟି ପକ୍ଷରୁ ଦାବି କରାଯାଇଛି ।କମିଟିର ସଭାପତି ଲିଟୁ ପ୍ରଧାନଙ୍କ ନେତୃତ୍ୱରେ ମନ୍ଦିରର ପୂଜକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ lକମିଟିର ସଭାପତି ଲିଟୁ ପ୍ରଧାନଙ୍କ ନେତୃତ୍ୱରେ ମନ୍ଦିରର ପୂଜକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l
ମଶାଣି ଚଣ୍ଡି ମନ୍ଦିର ଉନ୍ନତି କରଣ ପାଇଁ ଦାବି











