Home / ସଂସ୍କୃତି ଓ ପରମ୍ପରା / ମା ମଙ୍ଗଳା ଙ୍କ ଝାମୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ

ମା ମଙ୍ଗଳା ଙ୍କ ଝାମୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ

ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଆଖି ଆଗରେ ରଖି ପ୍ରଶାସନ ଓ ସେବାୟତ ଙ୍କ ଆଲୋଚନା

କାକଟପୁର ତା ୫/୩,ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଝାମୁଯାତ୍ରା ଆୟୋଜନ କରିବା ପାଇଁ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି | ସେଥିପାଇଁ ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ଟ୍ରଷ୍ଟ ଅଫିସ ଠାରେ ଝାମୁଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କାକଟପୁର ତହସିଲଦାର ତଥା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ବିରଞ୍ଚି ନାରାୟଣ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ କାକଟପୁର ବ୍ଲକ ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ,ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ହିମାଂଶୁ ଭୂଷଣ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ,ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପବିତ୍ର ମୋହନ ଦୀକ୍ଷିତ,ପୂଜାପଣ୍ଡା ସର୍ବେଶ୍ୱର ପାଢ଼ୀ,କାକଟପୁର ଥାନା ଏଏସଆଇ ପ୍ରମୋଦ କୁମାର ସେଠୀ, ଚମ୍ପାହାର ଦମକଳ କେନ୍ଦ୍ର ଅଧିକାରୀଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ | ବିଗତ ଦୁଇ ବର୍ଷ କୋରନା ପାଇଁ ଭକ୍ତ ମାନଙ୍କର ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶଙ୍କା ଥିବାରୁ । ଏହାକୁ ଆଖିରେ ରଖି ଦୂର ଦୁରାନ୍ତର ରୁ ଆସୁଥିବା ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯିବ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି l ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ତ୍ବରାନିତ କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବା,ଭକ୍ତଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳର ସୁବନ୍ଦୋବସ୍ତ କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ରାତି ୩ଟା ଠାରୁ ମା’ଙ୍କ ନୀତିକାନ୍ତି ଆରମ୍ଭ ହୋଇ ଭୋର ପାଞ୍ଚଟା ବେଳକୁ ଦ୍ଵାର ଫିଟା ହେବ । ସେହି ସମୟରେ ସାଧାରଣ ଭକ୍ତମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply