Home / ମୁଖ୍ୟ ଖବର / ରକ୍ତଦାନ ଶିବିର ଆୟୋଜନ କରି ଝିଅର ଜନ୍ମଦିନ ପାଳିଲେ ପରିବାର ଲୋକେ ।

ରକ୍ତଦାନ ଶିବିର ଆୟୋଜନ କରି ଝିଅର ଜନ୍ମଦିନ ପାଳିଲେ ପରିବାର ଲୋକେ ।

କାକଟପୁର ତା ୨୯/୩,ଝିଅର ଜନ୍ମ ଦିନରେ ରକ୍ତଦାନ ଶିବିର ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି ପୁରୀଜିଲ୍ଲା କାକଟପୁର ଜୀଉନ୍ତି ଗ୍ରାମର ଯୁବ ସମାଜସେବୀ ତଥା ସାମ୍ବାଦିକ ଆଦିତ୍ୟ ରାଉତ ଓ ତାଙ୍କ ପରିବାର ଲୋକେ ।
ନିଜର ଏକ ମାତ୍ର ଝିଅ ଅଭିଲିପ୍ସାର ଚତୁର୍ଦଶତମ ଜନ୍ମଦିନରେ ତାଙ୍କ ପରିବାର ପକ୍ଷରୁ କାକଟପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲ ଏବଂ ଜିଉଁନ୍ତି ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନର ମିଳିତ ସହଯୋଗରେ ସ୍ଥାନୀୟ ଜାହାନ ପବ୍ଲିକ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ବେଚ୍ଛାକୃତ ଭାବେ ସ୍ଥାନୀୟ ଅଞ୍ଚଳର ଏବଂ ଉଭୟ ଅନୁଷ୍ଠାନର ୨୫ ଜଣ ସ୍ବେଛାସେବୀ ରକ୍ତଦାନ କରିବା ସହ ଝିଅ ଅଭିଲିପ୍ସାକୁ ଆଶୀର୍ବାଦ ପ୍ରଦାନ କରିଥିଲେ । ରକ୍ତର ଅଭାବ ଯୋଗୁଁ ଯେମିତି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ଆଦିତ୍ୟ ଓ ତାଙ୍କ ପରିବାର ପକ୍ଷରୁ ଏଭଳି ଉଦ୍ୟମ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ ମତବ୍ୟକ୍ତ କରିଥିଲେ l ଉକ୍ତ ଶିବିରର କୁ କାକଟପୁର ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଜାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ସୁମିତ୍ରା ଘୋଷ, ଅଧ୍ୟକ୍ଷ ମମତା ମହାପାତ୍ର,ଗୋପବନ୍ଧୁ ଯୁବ ସାମାଜିକ ସଂଗଠନର ସଭାପତି ନିରଞ୍ଜନ ବିଶ୍ୱାଳ,କାକଟପୁର ପ୍ରେସ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଅକ୍ଷୟ ରାଉତ,ସଞ୍ଜୟ କୁମାର ପତି,କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା,ଅସ୍ତରଙ୍ଗ ପ୍ରେସ କ୍ଲବର ସମ୍ପାଦକ ଲୋକନାଥ ସ୍ୱାଇଁ, ଉପଦେଷ୍ଟା ନିରଞ୍ଜନ ଦାସ, କୋଷାଧକ୍ଷ ସମୀର କୁମାର କର ସମାଜସେବୀ ପିଙ୍କନ ପରିଡା,ମଙ୍ଗରାଜ ଓଝା,ନୃସିଂହ ଚରଣ ବେହେରା, ପ୍ରଦୀପ୍ତ କୁମାର ଦୀକ୍ଷିତ,କାର୍ତ୍ତିକ ଚନ୍ଦ୍ର ସାହୁ, ଦେବଦତ୍ତ ବିଶ୍ୱାଳ, ରୁପେଶ ସାହୁଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ l କେନ୍ଦ୍ରାପଡ଼ା ରେଡ କ୍ରସର ୫ ଜଣ ଡାକ୍ତର ଓ ସହଯୋଗୀ ମାନେ ରକ୍ତ ସଂଗ୍ରହ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply