Home / ମୁଖ୍ୟ ଖବର / ଆସନ୍ତାକାଲି ଠାରୁ ମାଟ୍ରିକ ଖାତାଦେଖା

ଆସନ୍ତାକାଲି ଠାରୁ ମାଟ୍ରିକ ଖାତାଦେଖା

ଆସନ୍ତାକାଲି ଠାରୁ ମାଟ୍ରିକ ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ର ପରୀକ୍ଷା ଖାତା ମୂଲ୍ୟାୟନ ପକ୍ରିୟା ହେବ। ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଠାରୁ ମୂଲ୍ୟୟନ କେନ୍ଦ୍ର ରେ ପହଁଚି ସାରିଛନ୍ତି ଖାତା ଦେଖା ରେ ନିୟୋଜିତ ହୋଇଥିବା ଶିକ୍ଷକ।ତେବେ ଏଥର ରାଜ୍ୟର 3218 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 25 ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।ରାଜ୍ୟ ର 56ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ।

12 ଦିନ ଧରି ମୂଲ୍ୟାୟନ ଚାଲିବ। ଏଥର ପରୀକ୍ଷା ଖାତା ମୁଲ୍ୟାୟନ କାମରେ 13 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହେବେ। ଆଜି ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖାତା ଦେଖାରେ ଯୋଗ ଦେଇ ଥିବା ବେଳେ ଆସନ୍ତାକାଲି ସକାଳ 9ଟାରୁ ଖାତା ଦେଖା ଆରମ୍ଭ ହେବ। ଏହା ପରେ 45 ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply