Home / ସଂସ୍କୃତି ଓ ପରମ୍ପରା / ଚଳଚଞ୍ଚଳ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପୀଠ

ଚଳଚଞ୍ଚଳ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପୀଠ

କାକଟପୁର, (12/4)ଗତ କାଲି ଥିଲା ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା ।ସେଥିପାଇଁ ଚଳଚଞ୍ଚଳ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପୀଠ । ମାଆଙ୍କର ଦର୍ଶନ ଓ ପୂଜାବିଦ୍ଧି ଦେଖିବା ପାଇଁ କେଉଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ। ସେମାନଙ୍କର ସୁବିଧା ପାଇଁ କୋଉଠି ଜଳଛତ୍ର ଖୋଲା ଯାଇଛି ତ କୋଉଠି ପାଣି ଛିଞ୍ଚନର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ କାକଟପୁର କଲେଜ ଛକ ରେ ନିଶୁକ୍ଲ ଅନ୍ନପ୍ରସାଦ ସେବନ କଲେଜ ଛକ ର ଯୁବ ଗୋଷ୍ଠି ମାନଙ୍କ ଦ୍ଵାରା ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଥିଲା ।କାହାକୁ ଖାଲିପେଟରେ ଘରକୁ ନ ପଠାଇବା ଓ କାକଟପୁର କୁ ଭକ୍ତମାନଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।ଏହା କାକଟପୁର କଲେଜ ଛକ ର ଫ୍ୟାମିଲ ବଜାରରେ ସାମ୍ନାରେ ଆୟୋଜିତ ହୋଇଯାଇଛି । DKD construction ର ମାଲିକ ଦୀପକ କୁମାର ଦଳାଇ ଙ୍କ ର ପୂର୍ଣ୍ଣ ସହଯୋଗ ରହିଥିଲା | ଏହି କାର୍ଯକ୍ରମକୁ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଓ କାକଟପୁରର ସରପଞ୍ଚ ଅଭୟ କୁମାର ସେଠୀ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକର୍ମ ରେ ସଞ୍ଜୟ, ମିଲୁ,ପିଣ୍ଟୁ, ମିକୁ,ତାପସ,ଜାପି, ସାରଙ୍ଗ,ରୁପେଶ, ସାଫଲ୍ୟ,ତପୁ, ଯୀଶୁ, ରାହୁଲ, କୁନୁ , ରାଜା, ସୂର୍ଯ୍ୟକାନ୍ତ, ଟୁକୁନା, ରାଜେଶ, ଅମୁଲ୍ୟ,ଫିଲୁ,ପୁପୁନ, ବାଉରିଆ,ସିକନ, ବିଶ୍ୱଜିତ, ଅନୁ, କାହ୍ନା ପ୍ରମୁଖ ଯୁବ ଗୋଷ୍ଠୀ ସାମିଲ୍ ହୋଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।ଯାହାକୁ ସହଯୋଗ କରିଥିଲା ଗ୍ରାମୀଣ ଚାରିଟେବୁଲ ଟ୍ରଷ୍ଟ ।ମା ମଙ୍ଗଳାଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଅନ୍ନପ୍ରସାଦ ସେବନ କରି ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି ।ଏହି କାର୍ଯ୍ୟକ୍ରମ ପାଇଁ ଶ୍ରଦ୍ଧାଳୁମାନେ ଆୟୋଜକ ମାନଙ୍କ ପାଇଁ ମାଙ୍କ ନିକଟରେ ଅଶ୍ରିବାଦ ଭିକ୍ଷା କରିଛନ୍ତି ଓ ଆନନ୍ଦ ମନରେ ଘରକୁ ଫେରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply