ବୁଗୁଡ଼ା : ତା ୧୨.୪.୨୩
ବୁଗୁଡ଼ା ପଞ୍ଚାୟତ ସମିତି ସଭାଗୃହ ଠାରେ ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ସରକାରଙ୍କ ମାଗଣା ଦକ୍ଷତା ବିକାଶ ଟ୍ରେନିଙ୍ଗ ଦ୍ଵାରା ଅଧିକ ରୋଜଗାରକ୍ଷମ କରିବା ପାଇଁ “ଦୀନ ଦୟାଲ ଉପାଧ୍ୟାୟ – ଗ୍ରାମୀଣ କୌଶଲ୍ୟ ଯୋଜନା”( DDU-GKY) ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଯୁବକ ଯୁବତୀ ମା ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ମାନ୍ୟଗଣ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ବୁଗୁଡ଼ା ପଞ୍ଚାୟତ ସମିତିରେ ଆୟୋଜିତ ହେଲା ଗ୍ରାମୀଣ କୌଶଳ ବିକାଶ ଯୋଜନା ଶିବିର











