Home / ସଂସ୍କୃତି ଓ ପରମ୍ପରା / ଅଗକୁ ଏକାଠି ହେବେ ଓଡିଶାରେ ହଜାର ହଜାର ସେବାୟତ

ଅଗକୁ ଏକାଠି ହେବେ ଓଡିଶାରେ ହଜାର ହଜାର ସେବାୟତ


ଭୁବନେଶ୍ବର : ତା ୨୧.୪.୨୩

ଭୁବନେଶ୍ବର ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତତ୍ୱପୂର୍ଣ ବୈଠକ। ଏହି ବୈଠକରେ ଯାଜପୁର ବିରଜା ମନ୍ଦିର, କାକଟପୁର ମଙ୍ଗଳା ମନ୍ଦିର,ସାକ୍ଷୀଗୋପାଳ ମନ୍ଦିର, ବାରିପଦା ଜଗନ୍ନାଥ ମନ୍ଦିର, ଅଲାରନାଥ ମନ୍ଦିର, ଶିରୁଳି ମହାବୀର ମନ୍ଦିର, କେଉଁଝର ବଳଦେବ ଜିଉ ମନ୍ଦିର, ଦାଣ୍ଡ ମୁକୁନ୍ଦପୁର ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ରାମମନ୍ଦିର ର ସେବାୟମାନେ ଯୋଗଦାନ କରିଥିଲେ।
ସେହିପରି ଉପଦେଷ୍ଠା ମଣ୍ଡଳୀର ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟ, ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ, ଅଦିତ୍ୟ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ତିତ ମାତୃ ପ୍ରସାଦ ମିଶ୍ର, ବରିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡ଼ା ସିଦ୍ଧାର୍ଥ ସାହୁ ପ୍ରମୁଖ ଯୋଗଦାନ କରି ମନ୍ଦିର ସମସ୍ୟ ଏଵଂ ସେବାୟତ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଗକୁ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘରେ ଓଡ଼ିଶାର ସମସ୍ତ ପୀଠ ମନ୍ଦିର ସେବାୟତ ମାନଙ୍କୁ ଏକାଠି କରି ଏକ ସେବାୟତ ସମ୍ମିଳନୀ କରିବା ପାଇଁ ମତପ୍ରକାଶ କରିଛନ୍ତି।
ଏହି ବୈଠକ ରେ ଓଡ଼ିଶାରେ ସେବାୟତ କଲ୍ୟାଣ ପାଣ୍ଠି ଗଠନ କରିବା ସହିତ ସେବାୟତ ସଙ୍ଘ ପାଇଁ ସରକାରଙ୍କ ତରଫରୁ ରାଜଧାନୀ ଠାରେ ଏକ ଘରା ସଂଘକୁ ଯୋଗାଇ ଦିଆଯାଉ ବୋଲି ସେବାୟତ ମାନେ ଦାବି କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply