Home / ରାଜନୀତି / ବିଜୁ ବାବୁଙ୍କ ତିରୋଧାନ ଦିବସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ସମେତ 187 ୟୁନିଟ ରକ୍ତ ସଂଗୃହିତ

ବିଜୁ ବାବୁଙ୍କ ତିରୋଧାନ ଦିବସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ସମେତ 187 ୟୁନିଟ ରକ୍ତ ସଂଗୃହିତ

କାକଟପୁର ଓଡିଶା ର ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ତିରୋଧାନ ଦିବସରେ ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ କାକଟପୁର ଦେଉଳି ମଠ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନ ରେ ରକ୍ତଦାନ, ସଫେଇ ଓ ସେବା କାର୍ଯ୍ୟ କରିବାକୁ ଦଳ ପକ୍ଷ୍ୟରୁ ନିର୍ଦେଶ ଥିବାବେଳେ ଆଜି କାକଟପୁର ଦେଉଳି ମଠ ଠାରେ ଏହି ମହତ କାମ ସମାପନ ହୋଇଯାଇଛି, କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ସହିତ ଦେଉଳି ମଠ ଠାରେ ରକ୍ତଦାନ ଶିବିର କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ରକ୍ତଦାନ ଶିବିର ରେ ପ୍ରଥମେ ଗୃହ ରାଷ୍ଟ୍ର ମନ୍ତୀ ରକ୍ତଦାନ କରି ରକ୍ତଦାନ ଭଳି ଏକ ମହତ ଦାନ କାର୍ଯରେ ଯୋଗ ଦେବାକୁ ଯୁବ ପିଢ଼ି ଙ୍କୁ ଆହ୍ୱାନ ଦେଇଥିଲେ ଏହି ଶିବିରରେ ନିର୍ବାଚନ ମଣ୍ଡଳୀ ରୁ 187 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏହି ଶିବିର କୁ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସ୍ୱାଧୀନ କୁମାର ନାୟକ ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିମୟ ଦଳାଇ, ବିଜୁ ଜନତା ଦଳର ବ୍ଲକ ସଭାପତି ପ୍ରାଣ କୃଷ୍ଣ ମଲ୍ଲିକ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାହୂ, ମନ୍ତ୍ରୀ ଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ସରପଞ୍ଚ ଅଭୟ କୁମାର ସେଠି, ଯୁବ ନେତା ବିଶ୍ୱଜିତ ଦାଶ, ହିମାଂଶୁ ଭୂଷଣ ଦୀକ୍ଷିତ, ଶିବ ଚରଣ ପାତ୍ର ବିଜୁ ଯୁବ ଓ ଛାତ୍ର ଜନତା କର୍ମୀ ସହ ସହ ସଂଖ୍ୟା ରେ ଯୋଗ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply