Home / ରାଜନୀତି / ସରୀସୃପଙ୍କ ଅଡ୍ଡାସ୍ଥଳୀ ପାଲଟିଛି ଜଳବିଶୋଧନ  ପ୍ରକଳ୍ପ

ସରୀସୃପଙ୍କ ଅଡ୍ଡାସ୍ଥଳୀ ପାଲଟିଛି ଜଳବିଶୋଧନ  ପ୍ରକଳ୍ପ

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଜବ ନୀତି

କାକଟପୁର ତା 20/5  ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପୁରୀ ଡିଭିଜନ ଅଧିନସ୍ଥ ନିମାପଡା ଜଳଯୋଗାଣ ବିଭାଗ ସବଡ଼ିଭିଜନର  ଅସ୍ତରଙ୍ଗ ସେକ୍ସନ ପକ୍ଷରୁ କାକଟପୁର ବ୍ଲକ ମୂଳାଗଡ଼  ଛକ ନିକଟରେ  ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜଳବିଶୋଧନ କେନ୍ଦ୍ର, ଆଶା ଥିଲା ଭଲରେ ବିଶୋଧନ କେନ୍ଦ୍ର ରୁ ଭଲ ପାଣି ଟୋପେ ମିଳିବ ହେଲେ ଏବେ ସରୀସୃପ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି, ଏବେ ଏହି ଜଳ ବିଶୋଧନ କେନ୍ଦ୍ରରେ ବହୁବିଦ୍ଧ ସମସ୍ୟା ଲାଗି ରହିଥିବା ବେଳେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ଭାଙ୍ଗି ପଡ଼ିଥିବା ପ୍ରାଚୀର ଦୀର୍ଘ ଦିନ ଧରି ନିର୍ମାଣ ହେଉନଥିବାରୁ  ଜଳବିଶୋଧନ କେନ୍ଦ୍ର ପରିସର  ଗୋଚରଣ ଭୂମି ପାଲଟିଛି l  କେନ୍ଦ୍ର ପରିସରରେ ଅନାବନା ଗଛର ଘଞ୍ଚ ଜଙ୍ଗଲ ସୃଷ୍ଟି ହେବା ସାଙ୍ଗକୁ ପଡିଆରେ ପୁରୁଷେ ଉଚ୍ଚର ଖରିବଣ l ଘଞ୍ଚ ଗଛଲତା ମଧ୍ୟରେ ନାନା ପ୍ରକାର  ସରୀସୃପ ବାସକଲେଣି l କର୍ମଚାରୀମାନେ ଜଳବିଶୋଧନ କେନ୍ଦ୍ରରେ ରାତିରେ ରହିବାକୁ ଭୟ କରୁଛନ୍ତି l  ପ୍ଲାଣ୍ଟରୁ ନିର୍ଗତ ଦୂଷିତଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା ହୋଇନଥିବାରୁ ପଡିଆରେ ଦୂଷିତ ଜଳ ଜମିରହି ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି   l ଜଳ ବିଶୋଧନ କେନ୍ଦ୍ରର ପୂର୍ବ ପଟରେ ଥିବା ପ୍ରାଚୀର ମଧ୍ୟରୁ  4 ଶହ ମିଟର  ( ଲମ୍ବ ) ର ପ୍ରାଚୀର ଆଜକୁ ୨ ବର୍ଷ ତଳେ ଭାଙ୍ଗି ପଡିଥିଲା  l   ପ୍ରାଚୀର ଅଦ୍ୟାବଧି ସୁଦ୍ଧା ନିର୍ମାଣ ହେଉ ନଥିବାରୁ ବୁଲା ଗୋରୁଗାଈ  ଛେଳି ମେଣ୍ଢାଙ୍କ ଅବାଧ ବିଚରଣ ସାଙ୍ଗକୁ ଜଳବିଶୋଧନ କେନ୍ଦ୍ରଟି ଏବେ ଗୋଚାରଣ ଭୂମି ପାଲଟିଛି  l ପାଣିଫିଲିଟର ହାଉସ , କମ୍ପେସର ହାଉସ , ପାଣି ରିଜର୍ଭଟ୍ୟାଙ୍କ , ପମ୍ପହାଉସ ,  ସମ୍ପହାଉସ , ବ୍ୟାକ (ୱାସ)(ୱାଟର ) ଟ୍ୟାଙ୍କ , ବ୍ଲିଚିଙ୍ଗ ଡୋଜଙ୍ଗି ଇୟୁନିଟ , ପାଣି ଟାଙ୍କି ଆଦି ଅନେକ ପ୍ରକଳ୍ପ ଏଠାରେ ରହିଛି ଏବଂ ଏଥିରେ ବହୁ ମୂଲ୍ୟବାନ ଯନ୍ତ୍ରପାତି ଖଞ୍ଜାଯାଇଛି l  ଭାଙ୍ଗି ପଡ଼ିଥିବା ପ୍ରାଚୀର ନିର୍ମାଣ ହେଉନଥିବା ଯୋଗୁଁ ଭବିଷତ୍ୟରେ ଯେ ପ୍ଲାଣ୍ଟରେ  କିଛି ଅଘଟଣ ନଘଟିବ  କିମ୍ବା ପ୍ଲାଣ୍ଟରୁ  ଯନ୍ତ୍ରାଶ° ଚୋରି ହୋଇନଯିବ ଏ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ l କିନ୍ତୁଏହି ଅଘଟଣ ପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠୁଛି  l  ଜଳ ବିଶୋଧନ କେନ୍ଦ୍ରରେ ଲାଗି ରହିଥିବା ବହୁ ବିଦ୍ଧ ସମସ୍ୟା ଓ ତାର ପ୍ରତିକାର ସହିତ  ପ୍ଲାଣ୍ଟ ପରିସରରେ ଥିବା ଖାଲୁଆ ସ୍ଥାନକୁ ମାଟି ପକାଇ ଉଚ୍ଚାକରିବା , ପରିବେଶକୁ ସଫାସୁତୁରା ରଖିବା ସହ ତୁରନ୍ତ ଭାଙ୍ଗି ଯାଇଥିବା ପ୍ରାଚୀର ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି, ସରକାର କରିଥିଲେ କେଉଁ ମହତ ଉଦେଶ୍ୟରେ ଏହା ଏବେ କେଉଁ କାମରେ ଲାଗୁଛି ତାହା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply