Home / ଶିକ୍ଷା / ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,

କାକଟପୁର ତା 29.07.23 ରିଖ ରେ କାକଟପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ହେଇଯାଇଛି।ଏହି ଜ୍ଞାନ ବିଜ୍ଞାନ ମେଳା ରେ, ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗ ରେ ମୋଟ 210 ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ସେହି ପରି ବିଜ୍ଞାନ ପ୍ରଶ୍ନମଞ୍ଚ, ବୈଦିକ ଗଣିତ ପ୍ରଶ୍ନମଞ୍ଚ ଏବଂ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହା ସହିତ ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ପତ୍ରବାଚନ ଆଦି କାର୍ଯ୍ୟକ୍ରମ କର୍ମ କରାଯାଇଥିଲା l ଏହି ଜ୍ଞାନ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ ଶାରଳା ଆବାସିକ ମହାବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀଯୁକ୍ତ ଚିତ୍ତ ରଂଜନ ପରିଡା l ବିଦ୍ୟାଳୟ ର ସଭାପତି ଶ୍ରୀ ପ୍ରମୋଦ କିଶୋର ପୃଷ୍ଟି ଓ ସମ୍ପାଦକ ପ୍ରଭାକର ଖୁଣ୍ଟିଆ, ପ୍ରଧାନlଚାର୍ଯ୍ୟ ତନ୍ମୟ କୁମାର ପାତ୍ର ଙ୍କ ପ୍ରତେକ୍ଷ ମାର୍ଗଦର୍ଶନ ରେ ଏହି କାର୍ଯ୍ୟକ୍ରମ ସଫଳତା ର ରୂପେ ସମ୍ପାଦନ ହୋଇଥିଲା l ଏବଂ ବିଚାରକ ମଣ୍ଡଳୀ ଅଧ୍ଯକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ବିଶ୍ୱାଳ(ମଙ୍ଗଳା ମହାବିଦ୍ୟାଳୟ,କାକଟପୁର) ସନ୍ତୋଷ କୁମାର ପରିଡା(ବିଜ୍ଞାନ ଶିକ୍ଷକ ବରୁଣେଇ ବିଦ୍ୟାପୀଠ,ପାଟପୁର),ପ୍ରଦୀପ କୁମାର ସାହୁ,(ଆଦର୍ଶ ବିଦ୍ୟାଳୟ, କୁଞ୍ଜ,କାକଟପୁର),ଗୋପୀନାଥ ମୁଦୁଲି(ଜାଗେଶ୍ୱରୀ ବିଦ୍ଯାପୀଠ,ଓରେଇ) ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳା ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply