Home / ସଂସ୍କୃତି ଓ ପରମ୍ପରା / ଆଉ ଗାଁ ଦାଣ୍ଡରେ ଦେଖିବାକୁ ମିଳୁନାହାଁନ୍ତି ଚକୁଳିଆ ପଣ୍ଡା

ଆଉ ଗାଁ ଦାଣ୍ଡରେ ଦେଖିବାକୁ ମିଳୁନାହାଁନ୍ତି ଚକୁଳିଆ ପଣ୍ଡା

କାକଟପୁର ତା ୨୯/୭,ଚକୁଳିଆ ପଣ୍ଡା ଓଡ଼ିଶାରେ ବାସ କରୁଥିବା ଏକ ଜାତିର ଲୋକ । ଏମାନେ ତଳ କୁଳର ବ୍ରାହ୍ମଣ ଓ ଦୁଆର ଦୁଆର ବୁଲି ଗୀତ ଗାଇ ଭିକ ମାଗି ଚଳିଥାନ୍ତି । ଏମାନେ କାଶ୍ୟପ ଗୋତ୍ରୀ ଅଟନ୍ତି । ଅବିଭକ୍ତ ପୁରୀ ଜିଲ୍ଲାରେ ଏମାନଙ୍କ ମଧ୍ୟରୁ ଅନେକ ବାସ କରନ୍ତି । ଏମାନେ କାହା ଦ୍ୱାରକୁ ଭିକ୍ଷା କରିବାକୁ ନ ଯାଇ ଗ୍ରାମ ଦାଣ୍ଡରେ ବୁଲି ବୁଲି ଉଚ୍ଚ ସ୍ୱରରେ ବିଭିନ୍ନ ପ୍ରକାର ଚଉତିଶା ବାକ୍ୟ ଆବୃତ୍ତି କରନ୍ତି ଓ ଯେ ଯାହା ଦିଏ ତାହା ଗ୍ରହଣ କରନ୍ତି ।କଥିତ ଅଛି ଚକୁଳିଆ ପଣ୍ଡାମାନେ ପର୍ଶୁରାମଙ୍କ ବଂଶଧର ଏବଂ ରାମଙ୍କ ଆଭିଶାପରୁ ଭିକ୍ଷା ମାଗନ୍ତି ।ଆଉ ଏକ କିମ୍ବଦନ୍ତୀ ଅନୁସାରେ ଭୀମ ବିରାଟ ଭବନରେ ଛଦ୍ମବେଶରେ ଅଜ୍ଞାତବାସ କରିବା ସମୟରେ ବିରାଟ ରାଜାଙ୍କର ପାଚକ ରୂପରେ ବଲ୍ଲଭ ପଣ୍ଡା ନାମ ଧରିଥିଲେ ସେହି ସମୟରେ ସେ ଦେଶ ବୁଲି ‘ଚକ୍ର ଭିକ୍ଷା’ କରୁଥିଲେ ଭିକ୍ଷାନ୍ନ ସଂଗ୍ରହାର୍ଥ ସେ ଗ୍ରାମର କାହାର ଦ୍ୱାରସ୍ଥ ନ ହୋଇ ଗ୍ରାମ ଦାଣ୍ଡରେ ତିନି ଥର ବୁଲିଯାଉଥିଲେ ଓ ଯେ ଯାହା ଦେଉଥିଲେ ନେଉଥିଲେ, ତାଙ୍କ ସଙ୍ଗେ ଚକ୍ରଭିକ୍ଷା ସମୟରେ ଯେଉଁ ବ୍ରାହ୍ମଣମାନେ ଯୋଗ ଦେଇଥିଲେ ଆଧୁନିକ ଚକୁଳିଆ ପଣ୍ଡାମାନେ ସେମାନଙ୍କ ବଂଶଧର ଅଟନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply