Home / ସଂସ୍କୃତି ଓ ପରମ୍ପରା / ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗରଣ କରିବା ଭାରତ କୋ ଜାନୋ ପ୍ରତିଯୋଗିତା ଆୟୋଜିତ ହେଲା ।

ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗରଣ କରିବା ଭାରତ କୋ ଜାନୋ ପ୍ରତିଯୋଗିତା ଆୟୋଜିତ ହେଲା ।

parishad

ଅକ୍ଟୋବର ୧୯ ତାରିଖ ୨୦୨୩ (ଗୁରୁବାର) ଦିନ ସମୟ ଘ.୯.୩୦ମି. ରେ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାସୁକେରା, ସାକ୍ଷୀଗୋପାଳ ପରିଶର ରେ ଉଦ୍ଘାତିତ ହୋଇଯାଇଛି “ଭାରତ କୋ ଜାନୋ” ପ୍ରତିଯୋଗିତା ର ପର୍ବ। ଏଥିରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି, ଗୋପବନ୍ଧୁ ସ୍ମୃତି ମହା ବିଦ୍ୟାଳୟ ପୂର୍ବତନ ଅଧକ୍ଷ ବୃନ୍ଦାବନ ରଥ, ଓଡ଼ିଆ ବିଶ୍ଵ ବିଦ୍ୟାଳୟର କୁଳପତି ସବିତା ପ୍ରଧାନ, ସତ୍ୟବାଦୀ ର ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ସଭାପତି ସତ୍ୟବାଦୀ ଦାସ, ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସତ୍ୟବାଦୀ ଶାଖା ସଚିବ ନବଘନ ଶତପଥୀ ମହୋଦୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗରଣ କରିବା ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା, ଭାରତ କୋ ଜାନୋ (ଜଣା ଅଜଣା କାର୍ଯ୍ୟକ୍ରମ) ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply