Home / ମୁଖ୍ୟ ଖବର / ବିକଟାଳ ଶବ୍ଦରେ ଥରୁଛି କି ଫୋନ୍, ଡରନ୍ତୁ ନାହିଁ

ବିକଟାଳ ଶବ୍ଦରେ ଥରୁଛି କି ଫୋନ୍, ଡରନ୍ତୁ ନାହିଁ

sound

ଆଜି ସକାଳୁ ଦେଖାଯାଉଛି ଯେ ବିକଟାଳ ଶବ୍ଦରେ ଫୋନ୍ ଥରିବା ସହିତ ଏକ ମେସେଜ ଆସୁଛି, ହଁ ଆଜ୍ଞା ଆପଣ ଡରନ୍ତୁ ନାହଁ।
ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସୁଛି। ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି, ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଚିନ୍ତାରେ ପଡୁଛନ୍ତି।

ଏକ ଭିନ୍ନ ଶବ୍ଦ ଏବଂ କମ୍ପନ ସହିତ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଆପଣ ନିଜ ମୋବାଇଲରେ ଏକ ମେସେଜ୍ ଗ୍ରହଣ କରିପାରନ୍ତି। ଦୟାକରି ଭୟଭୀତ ହୁଅନ୍ତୁ ନାହିଁ, ଏହି ମେସେଜ୍ ପ୍ରକୃତରେ କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚାଏ ନାହିଁ। ଯୋଜନାବଦ୍ଧ ପରୀକ୍ଷା ପ୍ରକ୍ରିୟାର ଏକ ଅଂଶ ଭାବରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଭାରତ ସରକାରଙ୍କ ଟେଲିକମ୍ ବିଭାଗ ଦ୍ୱାରା ଏହି ବାର୍ତ୍ତା ପଠାଯାଉଛି। ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର। ତେବେ ଏନେଇ ଭୟଭିତ୍ତ ହେବାର କୌଣସି କାରଣ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply