Home / ରାଜନୀତି / ଲିଭୁନି ଆଖି ତଳର ଲୁହ ଆଉ ଥମୁନିଛାତି ତଳର କୋହ ।

ଲିଭୁନି ଆଖି ତଳର ଲୁହ ଆଉ ଥମୁନିଛାତି ତଳର କୋହ ।

supercyclone

…………………………………….
ମହାବାତ୍ୟା ର 24 ବର୍ଷ ପରେ ***
…………………………………….
କାକଟପୁର ରୁ ଆଦିତ୍ୟ କୁମାର ରାଉତଙ୍କ ରିପୋର୍ଟ ଆଜି ଅକ୍ଟୋବର ମାସ ୨୯ ତାରିଖ । ଆଜି କୁ 24 ବର୍ଷ ପୂର୍ବେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ସାରା ରାଜ୍ୟ ପାଇଁ ଥିଲା ଏକ କଳାଦିବସ । ଏହି ଦିନ ସଂଗଠିତ ହୋଇଥିଲା ମହାବାତ୍ୟା। ମହାବାତ୍ୟା ପାରାଦୀପ ନିକଟରେ ଯଦିଓ ସ୍ଥଳ ଭାଗ କୁ ଛୁଇଁ ଥିଲା କିନ୍ତୁ ପ୍ରାୟ ୫୦ ଘଣ୍ଟା କାଳ ଏହା ତାଣ୍ଡବ ରଚିଥିଲା ସାରା ଓଡ଼ିଶାରେ। ଉପକୂଳବର୍ତ୍ତୀ ଜଗତସିଂହପୁର, ପୁରୀ, କଟକ ଜିଲ୍ଲା ଅଞ୍ଚଳ ଛାର ଖାର ହୋଇଯାଇଥିଲା। ପ୍ରାୟ ୧୦ ହଜାର ଲୋକ ମୃତ୍ୟୁ ବରଣ କରିଥିଲେ ଓ ୫୦୦ ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଥିଲେ ବୋଲି ସରକାରୀ ଘୋଷଣା କରାଯାଇଥିଲା କିନ୍ତୁ ପ୍ରକୃତପକ୍ଷେ ବହୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ମଣିଷ, ପଶୁପକ୍ଷୀ ସମସ୍ତେ ବାସହରା ହୋଇ ପଡ଼ିଥିଲେ। ଖାଦ୍ୟ, ପାନୀୟଜଳ, ବସ୍ତ୍ର ପାଇଁ ହାହାକାର ସୃଷ୍ଟି ହୋଇ ଥିଲା ।ପୋକ ମାଛି ପରି ଗୃହପାଳିତ ପଶୁପକ୍ଷୀ ମାନେ ପ୍ରାଣ ହରାଇଥିଲେ। ଛୋଟବଡ଼ ଗଛ ସବୁ ଉପୁଡ଼ି ପଡ଼ି ଥିବାବେଳେ ସମୁଦ୍ର ଉପକୂଳ ରେ ଥିବା ଘଞ୍ଚଜଙ୍ଗଲ ମାଟିରେ ମିଶି ଯାଇଥିଲା । ଇତିମଧ୍ୟରେ 24 ବର୍ଷ ବିତିଛି । ରାଜ୍ୟ ସରକାରଙ୍କ ଥଇଥାନ, ପୁନଃନିର୍ମାଣ କାର୍ଯ୍ୟ, ସରକାରୀ ସାହାଯ୍ୟ ପ୍ରଦାନ ଫଳରେ ଉପକୁଳବର୍ତ୍ତୀ ଅଞ୍ଚଳର ରଙ୍ଗ ବଦଳି ଯାଇଛି। ଗାଁ ଗାଁ ରେ ପକ୍କା ଘର, କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି।ସରକାର ବି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଠିକ୍ ଭାବେ କରୁଥିବାରୁ କମ ଧନ ଜୀବନ ହାନି ହେଉଛି।ତେବେ ସେହି ମହାବାତ୍ୟା କୁ ଅଙ୍ଗେ ନିଭାଇଥିବା, ନିଜପରିବାର ପରିଜନ,ଜ୍ଞାତିକୁଟୁମ୍ବ କୁ ଆଖି ଆଗରେ ହରାଇ ଥିବା ବ୍ୟକ୍ତିମାନେ ଏବେ ବି ଭୁଲିପାରି ନାହାଁନ୍ତି ସେ ଦିନ ସଂଗଠିତ ମହା ବାତ୍ୟା ର ତାଣ୍ଡବ ଲୀଳା କୁ। ଏବେ ବି ଶୁଖିନି ସେମାନଙ୍କ ଆଖିତଳ ର ଲୁହ, ଥମିନି ଛାତି ତଳ ର କୋହ। ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମ ରେ ଭୁଇଁ ରୁ ଉପୁଡ଼ିପଡ଼ି ତଳେ ଲୋଟି ଥିବା ବରଗଛ, ଶିଶୁଅ ପଞ୍ଚାୟତ ର ଉଦୟକଣି ଗ୍ରାମ ର ପରିତ୍ୟକ୍ତ ମନ୍ଦିର ଆଜି ବି ମୁକସାଖି ହୋଇ ରହିଛି ୧୯୯୯ ମହାବାତ୍ୟା ରେ ସଂଗଠିତ ତାଣ୍ଡବଲୀଳା ର। ଏବେ 24 ବର୍ଷ ବିତିଛି, ସାମାଜିକ ଚଳଣି, ରାସ୍ତାଘାଟ, ଗାଁ ଗଣ୍ଡା, ସରକାରୀ କାର୍ଯ୍ୟାଳୟ ସବୁ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ବି ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହେଲେ ଅସ୍ତରଙ୍ଗ, କାକଟପୁର, ନିମାପଡା, ଗୋପ, କୋଣାର୍କ ଅଞ୍ଚଳ ବାସୀ ଙ୍କ ଆଖିରୁ ନିଦ ହଜିଯାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ କରନ୍ତୁ ସେପରି ମହାବାତ୍ୟା ଆଉ ପୁରୀ ଜିଲ୍ଲା ଅଞ୍ଚଳ କୁ ନ ଆସୁ .

SPREAD YOUR LOVE WITH YOUR FRIENDS AND FAMILY

Leave a Reply