Home / ରାଜନୀତି / ପୁରୀଜିଲ୍ଲା ଯୁବ ବିଜେଡି ଉପସଭାପତି ବିଶ୍ୱଜିତ, କାକଟପୁର ବ୍ଲକ ଯୁବ ବିଜେଡି ସଭାପତି ରଞ୍ଜନ

ପୁରୀଜିଲ୍ଲା ଯୁବ ବିଜେଡି ଉପସଭାପତି ବିଶ୍ୱଜିତ, କାକଟପୁର ବ୍ଲକ ଯୁବ ବିଜେଡି ସଭାପତି ରଞ୍ଜନ

ranjan

କାକଟପୁର ତା 02/12,ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ଲୋକ ମାନଙ୍କ ସୁବିଧା ହେଉ ଅବା ଅସୁବିଧା ରେ ଛିଡା ହେଉଥିବା ବ୍ୟକ୍ତି ଙ୍କୁ ବିଶେଷ କରି ଯୁବ ବର୍ଗ ଙ୍କୁ ଦାଇତ୍ୱ ଦିଆ ଯାଇଛି,ଏବଂ ଦଳ ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ପ୍ରାଧାନ୍ୟ ଦିଆ ଯାଇଛି, ବିଶେଷ କରି ଯୁବକ ମାନଙ୍କୁ ଆଗକୁ ବଢିବା ପାଇଁ ଏକ ପ୍ରକାର ସୁଯୋଗ ଆଜି ଏହି ଅବସରରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ଘୋଷିତ ଜିଲ୍ଲା ଏବଂ ବ୍ଳକ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି. କାକଟପୁର ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସାଧାରଣ ସମ୍ପାଦକ ରଞ୍ଜନ କୁମାର ନାୟକ ସଭାପତି ଭାବେ ଏବଂ ପୂର୍ବତନ ଛାତ୍ର ସଂସଦ ସଭାପତି ବିଶ୍ବଜିତ ଦାଶ ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ଭାବେ କେଦାର ନାଥ ସ୍ବାଇଁ ମନୋନୀତ ହୋଇଛନ୍ତି ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ,କାକଟପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ତଥା କ୍ରୀଡା ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜୁଜନତା ଦଳର ସମ୍ପାଦକ ସ୍ବାଧିନ କୁମାର ନାୟକ, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ ଙ୍କୁ ଧନ୍ୟବାଦ ଦେଇଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply