Home / ମୁଖ୍ୟ ଖବର / ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ନେଦରଲାଣ୍ଡ ପର୍ଯ୍ୟଟକ

ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ନେଦରଲାଣ୍ଡ ପର୍ଯ୍ୟଟକ

foraginer

ପୁରୀ – ତା ୧୪/୦୩/୨୦୨୪ ରିଖ – ନେଦରଲାଣ୍ଡ ରୁ ଓଡିଶା ବୁଲିବାକୁ ଆସି ଲୁଟର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ଆନଥୋନି ଭ୍ୟାନ ଅର୍କେଲ ନିଜ ଦେଶକୁ ଫେରିଛନ୍ତି। ବିଦେଶୀ ପର୍ଯ୍ୟଟକ ଆନଥୋନି ନିଜର ସମସ୍ତ ଟଙ୍କା ଏବଂ ଜିନିଷ ଚୋରି ହେବା ପରଠାରୁ ଅସହାୟ ଅବସ୍ଥାରେ ଜାନୁଆରୀ ୨୫ ତାରିଖ ରୁ ଫେବୃଆରୀ ୨୯ ରିଖ ପର୍ଯ୍ୟନ୍ତ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ, ପୁଲିସ ଆଣି ଛାଡିବା ପରେ ଆଶ୍ରୟ ନେଉଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖିବା ପରେ ସମାଜସେବୀ ଡାନିଆଲ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ନଜରକୁ ଘଟଣା ଟି ଆଣିଥିଲେ। ଏହି ଘଟଣା ଟିକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଜିଲ୍ଲା ପ୍ରଶାସନ ସହାୟତାରେ ତାଙ୍କୁ ଉଦ୍ଧାର କରାଇ କିଛିଦିନ ପାନ୍ଥନିବାସ ଏବଂ ପରେ ସର୍କିଟ ହାଉସରେ ରହିବା ପାଇଁ ବ୍ୟବସ୍ଥା କରାଇଥିଲେ। ଗୁରୁବାର ଦିନ ପୋଲିସ ତରଫରୁ ଅଭିଯୁକ୍ତ ଟାକ୍ସି ଚାଳକ ସାଗର ମଲ୍ଲିକ କୁ ଗିରଫ କରି ଆନଥୋନି ଙ୍କ ସମ୍ମୁଖରେ ଚି଼ହ୍ନଟ କରାଇବା ସହିତ ଅଧିକ ତଦନ୍ତ ପାଇଁ ହିପାଜତ କୁ ପଠାଇଛି । ଏଥି ସହିତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଏବଂ ଜିଲ୍ଲା ସ୍ପୋର୍ଟ ଅଫିସର ଚନ୍ଦନ କୁମାର ସାହୁ ଆନଥୋନିଙ୍କୁ ସରକାରୀ ବ୍ୟବସ୍ଥା ସହିତ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଯୋଗେ ପଠାଇଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply