Home / ରାଜନୀତି / ପୁରୀ ଲୋକସଭା କ୍ଷେତ୍ରରୁ ନାମାଙ୍କନ ଭରିଲେ ଅରୂପ ପଟ୍ଟନାୟକ

ପୁରୀ ଲୋକସଭା କ୍ଷେତ୍ରରୁ ନାମାଙ୍କନ ଭରିଲେ ଅରୂପ ପଟ୍ଟନାୟକ

saswattvpost1

ପୁରୀ: ତା ୨.୫.୨୪ – ରିପୋର୍ଟ: ସିଂହାରୀ ଆଲୋକ ଖୁଣ୍ଟିଆ- ଆଜି ବିରାଟ ଶୋଭାଯାତ୍ରାରେ ଦଳୀୟ କର୍ମକର୍ତ୍ତା ଏବଂ ଶୁଭେଛୁଙ୍କ ସହିତ ଯାଇ ନାମାଙ୍କନ ଭରିଲେ ପୁରୀ ସଂସଦୀୟ କ୍ଷେତ୍ର ବିଜୁଜନତା ଦଳର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ। ସକାଳୁ ସକାଳୁ ସପରିବାର ଶ୍ରୀ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହିତ ପୁରୀ ବାଗଲା ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରିଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ।

whatsapp image 2024 05 02 at 20.11.20 c17ccb36

ଯୋଡ଼ି ଶଙ୍ଖ ରଣପା ଦଳ, ପୁରୀ ସାହି ଯାତ, ଗୋଟିପୁଅ ନୃତ୍ୟ ସହିତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ , ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସହିତ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ ପୁରୀ ବଡ଼ଦାଣ୍ଡ ଠାରୁ ଶୋଭାଯାତ୍ରାରେ ଯାଇ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ଭରିଛନ୍ତି।

whatsapp image 2024 05 02 at 20.11.56 961d1f02

ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମ ମାନଙ୍କୁ ନିଜ ପ୍ରତିକ୍ରିୟାରେ ଆମ ଦଳର ବରିଷ୍ଠ ନେତାଙ୍କ ଗହଣରେ ସଶକ୍ତ ପୁରୀ ଗଠନ ପାଇଁ ପୁରୀ ଲୋକସଭା କ୍ଷେତ୍ରରୁ ନାମାଙ୍କନ ଭରିଲି। ଶ୍ରେଷ୍ଠ ପୁରୀ ଗଠନ ପାଇଁ ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply