Home / ମୁଖ୍ୟ ଖବର / ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ

ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ

satyabhama

ସତ୍ୟବାଦୀ : ତା ୮.୫.୨୩ (ସିଂହାରୀ ଆଲୋକ ଖୁଣ୍ଟିଆ) – ସତ୍ୟବାଦୀର  ବରାଳ ଗ୍ରାମରେ ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବିତ୍ ତଥା ଭାଷ୍ୟକାର ଡ଼ଃ ଦେବୀ ପ୍ରାସାଦ ମହାପାତ୍ରଙ୍କ ବାସଭବନ ଠାରେ ଆୟୋଜିତ ହୋଇଯାଇଛି “ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର” ୨ୟ ବାର୍ଷିକୋତ୍ସବ ଓ ରାଜ୍ୟସ୍ତରୀୟ  କବିତା ପାଠୋତ୍ସବ । ବିଶିଷ୍ଟ ସାହିତ୍ୟିକ, ତଥା ଜ୍ୟୋତିଷ ଶାସ୍ତ୍ର ବିଶାରଦ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ସଂପାଦକ ଡ଼ଃ ଦେବୀ ପ୍ରସାଦ ମହାପାତ୍ରଙ୍କ ଉଦ୍ୟମରେ ଆୟୋଜିତ ବାର୍ଷିକୋତ୍ସବ ସମାରୋହରେ ପ୍ରଖ୍ୟାତ ସାହିତ୍ୟିକ ଅଧ୍ୟାପକ କୈଳାସ ଚନ୍ଦ୍ର ଟିକାୟତରାୟ ସଭାପତିତ୍ଵ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ ବିପିନ ବିହାରୀ ଦଳେଇ , ଅବସରପ୍ରାପ୍ତ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ସମାରୋହରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସ୍ମୃତି ସ୍ମରଣିକା ‘ସତ୍ୟଭାମା’ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ କବି ଓ କବୟିତ୍ରୀ ମାନେ ଯୋଗଦେଇ ମାଙ୍କ ଉପରେ ଆଧାରିତ ସ୍ଵରଚିତ କବିତା ପାଠ କରିଥିଲେ।ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ ଆଡଭୋକେଟ ସର୍ବାଣୀ ଦାସ ଏବଂ ପାଲା ଗାୟକ ତଥା କବି ବିଜୟ ପଟ୍ଟନାୟକ ସଂଯୋଜନା କରିଥିଲେ।ଦେବୀପ୍ରସାଦ ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ  କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply