Home / ରାଜନୀତି / ନୀଳଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆଙ୍କୁ ବ୍ରାହ୍ମଣ ସମିତି ପକ୍ଷରୁ ଆଶୀର୍ବାଦ

ନୀଳଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆଙ୍କୁ ବ୍ରାହ୍ମଣ ସମିତି ପକ୍ଷରୁ ଆଶୀର୍ବାଦ

khatua

ବାଲେଶ୍ଵର: ୨୭.୫.୨୪ (ଶାଶ୍ଵତ ଟିଭି) ବାଲେଶ୍ବର ଜିଲ୍ଲା ବ୍ରାହ୍ମଣ ସମିତି ର ଅନୁବନ୍ଧିତ ନୀଳଗିରି ଶାଖା ତରଫରୁ ଗତକାଲି ଏକ ଭବ୍ୟ ସମାବେଶରେ ନୀଳଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆଙ୍କୁ ଆଶିର୍ବାଦ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା “ବ୍ରାହ୍ମଣ ସମିତି” ୧୯୨୧ ମସିହାରେ ତତ୍କାଳୀନ ନୀଳଗିରି ମହାରାଣୀ ଆନନ୍ଦ କୁମାରୀ ଦେବୀ ଙ୍କ ଆର୍ଥିକ ସହାୟତା ତଥା ଜମିଦାର କାଶୀନାଥ ପଣ୍ଡା ଙ୍କ ଭୂଦାନରେ ବାଲେଶ୍ବର ସ୍ଥିତ ମୋତିଗଞ୍ଜ ଠାରେ ଗଠନ କରାଯାଇଥିଲା।

whatsapp image 2024 05 27 at 18.44.19 515c8b9c

ଆଜି ଏହି ଅନୁଷ୍ଠାନ ଅନୁବନ୍ଧିତ ନୀଳଗିରି ଶାଖାର ୫୦୦ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଦେବତା ମାନଙ୍କର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ବ୍ରହ୍ମା ସରୋଜ କୁମାର ନନ୍ଦ, ଜୀବନ ମିଶ୍ର, ରମେଶ ହୋତା, ଯୋଗେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ବେଦପାଠ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ନୀଳଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆ ଏବଂ ତାଙ୍କ ର ସହଧର୍ମିଣୀ ସ୍ନେହଲତା ଖଟୁଆ ଉପସ୍ଥିତ ରହି ବ୍ରାହ୍ମଣ ଦେବତା ମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply