ପୁରୀ : ୦୬/୦୯/୨୦୨୫ – ନି:ପ୍ର- ଭକ୍ତ ମନେଇସାହୁ ଙ୍କ ଜନ୍ମସ୍ଥାନ କାଣ୍ଡଗଦା, ଦୀର୍ଘ 500ବର୍ଷର ପୁରାତନ ଐତିହ୍ୟ ପୀଠ,ଏହି ମନ୍ଦିର ଭକ୍ତ ମନେଇସାହୁ ନିଜ ହସ୍ତରେ ପ୍ରତିଷ୍ଠା କରିଥିଲେ ବୋଲି କିମ୍ବଦନ୍ତୀ ଅଛି, ଆଜିକା ଦିନରେ ଏତେ ପୁରାତନ ବିଗ୍ରହ ବୋଧହୁଏ ଦେଖାଯିବା ବିରଳ, କିଛି ଦିନ ତଳେ କାଣ୍ଡଗଦା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ଗର୍ଭ ଗୃହରେ ଭୁଲ ବଶତ ଅଗ୍ନି ସଂଯୋଗ ହୋଇ ଶ୍ରୀ ବିଗ୍ରହଙ୍କ ଅଙ୍ଗ ବସ୍ତ୍ର ପୋଡି ଯାଇଥିଲା, କିନ୍ତୁ ଶ୍ରୀ ବିଗ୍ରହଙ୍କ କୋୖଣସି କ୍ଷତି ହୋଇ ନଥିଲା, ପୁରୀ ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପରେ ଥିବା ବିଜ୍ଞ ପଣ୍ଡିତ ଙ୍କ ଉପସ୍ଥିତରେ ଶ୍ରୀ ବିଗ୍ରହଙ୍କ ବନାକଲାଗି କରିବା ପାଇଁ ପରାମର୍ଶ ଦେଇଥିଲେ, ବିଶ୍ୱ ପ୍ରସିଦ୍ଧ ରଥର ବରିଷ୍ଠ ମହାରଣା ସେବାୟତ ଶ୍ରୀ ବିଗ୍ରହଙ୍କୁ ଶ୍ରୀ ଜଗନ୍ନାଥଙ୍କ ରୂପ ରେଖ କରିଥିଲେ, ଆଜି ତୃତୀୟ ଦେବଙ୍କ ବନକଲାଗି ନୀତି କରାଯାଇ ମନ୍ଦିର ପୁନଃ ପ୍ରତିଷ୍ଠା କରାଯାଇଛି, କର୍ତ୍ତା କାମଦେବ ରାଉତରାୟ, ମନେଇ ସାହୁ ସେବା ସଂସଦର ସଦଶ୍ୟ ଓ ଗ୍ରାମବାସୀଙ୍କ ଭକ୍ତି ସହଯୋଗରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଛି ।
କାଣ୍ଡଗୋଦା ଶ୍ରୀ ଶ୍ରୀ ତୃତୀୟା ଦେବ ବିଗ୍ରହଙ୍କ ବନକଲାଗି ଓ ମନ୍ଦିର ପୁନଃ ପ୍ରତିଷ୍ଠା











