Home / ସଂସ୍କୃତି ଓ ପରମ୍ପରା / ପ୍ରଣବ ପ୍ରକାଶଙ୍କ ପାଇଁ ଓଡ଼ିଶାର ପ୍ରସିଦ୍ଧ ପୀଠରେ ଜଳିଲା ଦ୍ଵୀପ

ପ୍ରଣବ ପ୍ରକାଶଙ୍କ ପାଇଁ ଓଡ଼ିଶାର ପ୍ରସିଦ୍ଧ ପୀଠରେ ଜଳିଲା ଦ୍ଵୀପ

pradipa

ଭୁବନେଶ୍ବର: ୨୫.୫.୨୪ (ଶାଶ୍ଵତ ଟିଭି ) ସମ୍ବଲପୁର ର ସାଂସଦ ପ୍ରାର୍ଥୀ ତଥା ଯାଜପୁର ର ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଚଳିତ ନିର୍ବାଚନରେ ବିଜୟ କାମନା କରି ଏଵଂ ମଙ୍ଗଳ କାମନା କରି ଆଜି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ମାନଙ୍କରେ ସେବାୟତ ମାନେ ପୂଜାର୍ଚ୍ଚନା ସହିତ ଦୀପଦାନ କରିଛନ୍ତି।

maa 1

ସୁଚନା ଅନୁସାରେ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ର ମୂଖ୍ୟ ଉପଦେଷ୍ଟା ସହିତ ବିଗତ ଦିନରେ  ସେବାୟତ ସଙ୍ଘର ଅନୁରୋଧ ରକ୍ଷାକରି  ରାଜ୍ୟର ମନ୍ଦିର ମନଙ୍କର ନବୀକରଣ କାର୍ଯ୍ୟରେ ଅନେକ ସହଯୋଗ କରିଛନ୍ତି। କିଛିଦିନ ତଳେ ସଂଘ ତରଫରୁ ସମ୍ବଲପୁରରେ ଆଶୀର୍ବାଦ ପ୍ରଦାନ କରଯାଇଥିଲା।

alok
alok

ଆଜି ଶ୍ରୀଯୁକ୍ତ ଦାସ ଙ୍କ ଶୁଭ ମନାସି ସକାଳୁ ସକାଳୁ ମନ୍ଦିର ମାନଙ୍କରେ ମାଜଣା ସହିତ ପୂଜାର୍ଚ୍ଚନା କରଯାଇଥିଲା। ରାଜ୍ୟର ପ୍ରମୁଖ ମନ୍ଦିର ଏବଂ ଶକ୍ତିପୀଠ ମଧ୍ୟରେ ସମଲେଶ୍ଵରୀ ମନ୍ଦିର, ଯାଜପୁର ବିରଜା ମନ୍ଦିର, ତାରା ତାରିଣୀ ମନ୍ଦିର,ସାକ୍ଷୀଗୋପାଳ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ଆଲାରନାଥ ମନ୍ଦିର, ସିରୁଳି ମହାବୀର ମନ୍ଦିର, କାକଟପୁର ମଙ୍ଗଳା ମନ୍ଦିର, ବାରିପଦା ଜଗନ୍ନାଥ ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର, ବାଙ୍କୀ ଚର୍ଚ୍ଚିକା ମନ୍ଦିର, ଝଙ୍କଟ ସାରଳା ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର, କୋରାପୁଟ ଜଗନ୍ନାଥ ମନ୍ଦିର, ବଲାଙ୍ଗୀର ପାଟଳେଶ୍ୱରି ମନ୍ଦିର , ବାଣପୁର ଭଗବତୀ ମନ୍ଦିର, ରଣପୁର ଜଗନ୍ନାଥ ମନ୍ଦିର, ଖୋର୍ଦ୍ଧା ଉଗ୍ରାତରା ମନ୍ଦିରର ସେବାୟତ ମାନେ ଶୁଭ ମନାସି ଦୀପଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply