କାକଟପୁର : ୨୬/୦୯/୨୦୨୫ – ତୁଷାର ଦୀକ୍ଷିତ – ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ରାଜ୍ଯର ଅଷ୍ଟଚଣ୍ଡୀ ଙ୍କ ମଧ୍ୟରେ ଗଣ୍ୟ ହୁଅନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ମା ମଙ୍ଗଳାଙ୍କର ରହିଛି ନିବିଡ ସଂପର୍କ। ମା ପରcମ ବୈଷ୍ଣବୀ ହୋଇଥିଲେ ମଧ୍ୟ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଥାଏ। ପ୍ରତିଦିନ ମନ୍ଦିର ରେ ମାତୃ ଭକ୍ତଙ୍କ ସମାଗମ ହୋଇଥାଏ। ଆଶ୍ୱିନ କୃଷ୍ଣ ସପ୍ତମୀ ତିଥିରେ ମା’ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଥାଏ ଶାରଦୀୟ ପାର୍ବଣ ପୂଜା ବା ଷୋଡଶ ଉପଚାର ପୂଜା। ମନ୍ଦିର ମୁଖଶାଳା ଠାରେ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ପ୍ରତିଦିନ ସପ୍ତସତୀ ଚଣ୍ଡୀପାଠ କରାଯାଉ ଥିବାବେଳେ ପାରମ୍ପରିକ ପ୍ରଥନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରା ଯାଇଥାଏ।ନବ ଦିନାତ୍ମକ ପୂଜା ଆରମ୍ଭ ଦିନ ଠାରୁ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଇଥାଏ ବୋଲି କହିଛନ୍ତି ମା ଙ୍କ ପୂଜକ କମଳ ଲୋଚନ ଦିକ୍ଷୀତ । ନବ ପତ୍ରିକା ରେ ମା ଙ୍କ ନାଲି କଲି ବେଶ , ଦ୍ୱିତୀୟା ତିଥିରେ କଳା କଲି ବେଶ,ତୃତୀୟା ତିଥି ଦିନ ନାଲି କଲି ବେଶ ଓ ପାଦପଦ୍ମ ଓ ଭୁଜ ଲାଗି, ଚତୁର୍ଥୀ ତିଥି ରେ କଳା କଲି ବେଶ ଓ ପାଦପଦ୍ମ, ଭୁଜ ଲାଗି ହୋଇଥାଏ।ପଞ୍ଚମୀ ତିଥି ରେ ତୀର କମାଣ ବା ରଘୁନାଥ ବେଶ, ନାଲି ତିରଣ ଓ ଧନୁ ତୀର ଲାଗି, ଷଷ୍ଠୀ ତିଥି ରେ କାତି ଖର୍ପର ବା କାତାୟନୀ ବେଶ, ସପ୍ତମୀ ତିଥି ରେ ପ୍ରସିଦ୍ଧ ସିଂହ ବାହିନୀ ବେଶ, ଯେପରି କି ମା ସିଂହ ଉପରେ ଉପବେଶନ କରିଥିବା ପରି ଜଣା ପଡେ , ।ମହାଷ୍ଟମୀ ତିଥି ରେ ମହିଷା ମର୍ଦ୍ଧିନୀ ବେଶ,ବିଳମ୍ବିତ ରାତ୍ରରେ ସନ୍ଧି ପୂଜା,କୁଷ୍ମାଣ୍ଡ ବଳୀ ଓ ହୋମଯଂଜ୍ଞ ଅନୁଷ୍ଠିତ ହୋଇଥାଏ,ନବପତ୍ରିକା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କ ମନ୍ଦିର ରେ ଭ୍ରମଣି ନୀତି ଏକ ସ୍ବତନ୍ତ୍ର ନୀତି ଭାବେ ଅନୁଷ୍ଠିତ ହୋଇଥାଏ, ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣି ବିମନରେ ରତ୍ନଗିରିକୁ ବିଜେ କରିଥାନ୍ତି l କିମ୍ବଦନ୍ତୀ ଅନୁସାରେ ମା ମଙ୍ଗଳା ମହିଷାସୁରକୁ ଠାବ କରିବାକୁ ରତ୍ନଗିରି ବିଜେ କରି ମହାଷ୍ଟମୀ ଦିନ ମହିଷାସୁରକୁ ଶୂଳ ବିଦ୍ଧ କରିଥାନ୍ତି l ନବମୀ ତିଥି ରେ ମା’ଙ୍କ ମହାସ୍ନାନ, ଶାନ୍ତି ବେଶ ଅନୁଷ୍ଠିତ ହୋଇଥାଏ। ଏହି ଶାନ୍ତି ବେଶରେ ମା ଧବଳ ବେଶ ରେ ଦର୍ଶନ ଦେଇ ଥାନ୍ତି ସନ୍ଧ୍ୟା ରେ ମା ଙ୍କୁ ଦହି ପଖାଳ ଭୋଗ ଲାଗି କରା ଯାଇଥାଏ, ପ୍ରଥା ଅନୁସାରେ ଦେବି ଉତ୍ଥାପନ ଠାରୁ ମା ଉଗ୍ର ରୂପ ହୋଇ ମହିଷାସୁର କୁ ବଦ୍ଧ କରିବା ପରେ ଦହି ପଖାଳ ଲାଗି କରାଯାଇ ଶାନ୍ତି କରାଯାଇଥାଏ , ବିଜୟା ଦଶମୀ ଦିନ ସୋମେଶ୍ୱର ପୀଠ ରେ ହର ଦୂର୍ଗା ଭେଟ ଉତ୍ସବ ଅନୁଷ୍ଠିତ ହୋଇ ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣପୂଜା ର ପରିସମାପ୍ତି ଘଟେ।ଶାରଦୀୟ ପାର୍ବଣ ପୂଜା ମା ମଙ୍ଗଳା ଙ୍କ ମନ୍ଦିରରେ କାହିଁ କେତେ କାଳରୁ ପାଳିତ ହୋଇ ଆସୁଅଛି
ଏମାନେ ଯାହା କୁହନ୍ତି
ଅଙ୍କିତା ଅନିନ୍ଦିତା, ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର

ମଙ୍ଗଳ କାରିଣୀ ମା ମଙ୍ଗଳା,ମୋର ସୌଭାଗ୍ୟ ଯେ ମୁଁ ମା ମଙ୍ଗଳା ଙ୍କ ସେବା କରିବାର ସୁଯୋଗ ପାଇଛି, ମନ୍ଦିରର ପ୍ରତ୍ୟେକ ସେବାୟତ, ପୂଜା ପଣ୍ଡା,ଉପଦେଷ୍ଟା କମିଟି ଓ ସେବାୟତ ନିଯୋଗ ଙ୍କ ସହିତ ଆଲୋଚନା କରି କାର୍ଯ୍ୟ ସମାପନ କରିଥାଏ, ଏହି ଷୋଡଶ ଉପଚାର ବେଶ ଏକ ଅନନ୍ୟ ପରମ୍ପରା ଭାବେ ପ୍ରଚଳିତ ହୋଇ ଆସୁଅଛି,
ହରିହର ଦୀକ୍ଷିତ, ମନ୍ଦିର ସେବାୟତ ତଥା ଉପଦେଷ୍ଟା କମିଟି ସଦସ୍ୟ ସେବକ ସମିତି

ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା ଏକ ଅନନ୍ୟ ପରମ୍ପରା l ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡଶ ଉପଚାର ପୂଜାନୀତିରେ ମା ଙ୍କୁ ପୂଜା କରାଯାଏ l ଯେତେ ଯୁଆଡେ କାମ ଥିଲେ ଵି ଷୋଡଶ ଉପଚାର ପୂଜାରେ ମୁଁ ମା ଙ୍କ ସେବା କରିବାରେ ବହୁ ଆନନ୍ଦିତ ହୋଇ ଥାଏ ଏବଂ ମୁଁ ନିଜକୁ ଗୌରାବିନିତ ମନେ କରେ l
ପ୍ରଦୀପ୍ତ କୁମାର ଦୀକ୍ଷିତ, ସେବକ ସମିତି ସଦସ୍ୟ, ବରିଷ୍ଠ ସାମ୍ବାଦିକ

ମା ମଙ୍ଗଳାଙ୍କ ଶାରଦୀୟ ଦୁର୍ଗାଉତ୍ସବ ମହାସମାରୋହରେ ପାଳନ କରାଯାଇଥାଏ l ସେବାୟତ ମାନଙ୍କର ନୀତିକାନ୍ତି, ମା ଙ୍କୁ ବିଭିନ୍ନ ବସ୍ତ୍ର ଓ ଆଭୂଷଣରେ ଭୂଷିତ କରିବା ପରେ ଭକ୍ତ ମାନେ ଏହି ବେଶ ଦର୍ଶନ କରିବା ଯୋଗୁଁ କୋଟି ଜନ୍ମର ପୁଣ୍ୟ ଫଳ ମିଳେ ବୋଲି ପୌରାଣିକ ମତ ରହିଛି. ଏହି ପାର୍ବଣ ସମୟରେ ମନ୍ଦିରରେ ଆମିଷ ଭୋଗ ଏକ ନିଆରା ପରମ୍ପରା,

ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ କରାଯାଇଥାଏ l ମା ଙ୍କର ନୀତିକାନ୍ତି ପାଇଁ ସମସ୍ତ କାର୍ଯ୍ୟ ମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ ଥାଏ ଏବଂ ତାହାକୁ ସୁଚାରୁରୂପେ କରାଯାଇଥାଏ l ଏକ ମାସ ଆଗରୁ ଏଥିପାଇଁ ମନ୍ଦିର ପ୍ରଶାସନର ନୀତି ଆୟୋଗ ଏହାକୁ ସୁପରିଚାଳନା କରନ୍ତି l
ମନୋରଞ୍ଜନ ପଣ୍ଡା, ସଭାପତି, ସେବକ ସମିତି

ମନ୍ଦିର ରେ ସମସ୍ତ ନୀତିକାନ୍ତି ଉପରେ ସେବକ ସମିତି ନଜର ରଖି ଥାଏ, ଶାରଦୀୟ ପାର୍ବଣ ପୂଜାରେ ଅନ୍ୟ ଶକ୍ତି ପୀଠ ପରି କାକଟପୁର ଚଳଚଞ୍ଚଳ ହୋଇପଡେ l ଏହି ଷୋଡଶ ଦିନାତ୍ମକ ପୂଜାରେ ମଙ୍ଗଳା ମନ୍ଦିର ଭିତର ଓ ବାହାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ବିଭିନ୍ନ ଆଲୋକ ମାଳାରେ ମନ୍ଦିର ପରିସରକୁ ସୁସଜ୍ଜିତ କରାଯାଇଥାଏ l ଏହି ଦିନଗୁଡିକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ଆସି ମା ଙ୍କୁ ପୂଜାର୍ଚ୍ଚନା କରି ମାଙ୍କ ସାନିଧ୍ୟ ଲାଭ କରିଥାନ୍ତି.










