Home / ସାମାଜିକ / ପୁରୀ ଗୋବର୍ଦ୍ଧନ ପୀଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ପୁରୀ ଗୋବର୍ଦ୍ଧନ ପୀଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

gobardhan

ପୁରୀ: ତା ୫.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁରୀ ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଗୋବର୍ଦ୍ଧନ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ୟ ମହାରାଜାଙ୍କ ନିଜସ୍ୱ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ବତୀ ମହାରାଜ ମଠରେ ବହୁ ସାଧୁ ସନ୍ଥଙ୍କ ସହିତ ହୃଷିକେଶ ବ୍ରହ୍ମହଚାରି ମଧ୍ୟ ଉପସ୍ଥିତରେ ଉଦ୍ଘାଟନ କରିଥିଲେ।
ଭୁବନେଶ୍ୱର ସ୍ଥିତ ବାଲାଜୀ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତାରେ ଉକ୍ତ ଶିବିର ମୋଟ ୭୨ ଜଣଙ୍କ ଦନ୍ତ ଚିକିତ୍ସିତ କରାଯାଇ ଓରାଲ କୀଟ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡଃ ସଂଜୀବ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା। ହସ୍ପିଟାଲର ଅନ୍ୟ ଡାକ୍ତର ବୃନ୍ଦ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଆଦିତ୍ୟ ବାହିନୀର ସଦସ୍ୟ ମାତୃପ୍ରସାଦ ମିଶ୍ର, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ କାନୁନଗୋ, ଅଜୟ ଗୋଛିକାର, କୁମାର ଭୀମସେନ, ରାମଚନ୍ଦ୍ର ଦଳେଇ, ପ୍ରମୁଖ ଉପସ୍ଥିତ ଥିଲେ।
ସଂଗଠନ ସଚିବ ବିଶ୍ୱଶାନ୍ତି ତ୍ରିପାଠୀ ଏବଂ ନଗର ସଚିବ ତନ୍ମୟ ଚାଟାର୍ଜୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହିପରି ଆଗକୁ ବିଭିନ୍ନ ସୁନାମଧନ୍ୟ ଓ ପ୍ରତିଷ୍ଠିତ ଡାକ୍ତର ମାନେ ଆସି ମଠ ପ୍ରାଙ୍ଗଣରେ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ଯାହା ଦ୍ୱାରା ପୁରୀ ସହର ବାସିନ୍ଦା ମାନେ ବିଶେଷ ଉପକୃତ ହେବେ ବୋଲି ମଠର ସୂଚନା ଓ ଗଣମାଧ୍ୟମ ପ୍ରମୁଖ ଶ୍ରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY