Home / ଶୋକ / ବ୍ୟବସାୟୀଙ୍କ ମୃତ୍ୟୁରେ ଗଣେଶ ବଜାର ବନ୍ଦ

ବ୍ୟବସାୟୀଙ୍କ ମୃତ୍ୟୁରେ ଗଣେଶ ବଜାର ବନ୍ଦ

ganesh

କାକଟପୁର-ତା ୬/୮/୨୦୨୪-(ତୁଷାର ଦୀକ୍ଷିତ ), କାକଟପୁର ଗଣେଷ ବଜାରର ବିଶିଷ୍ଟ ମିଷ୍ଟାନ୍ନ ବ୍ୟବସାୟୀ ନୃସିଂହ ଚରଣ ନାୟକଙ୍କ ଆଜି ସକାଳ ୭ ଘଟିକା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି l ଆଜି ସକାଳ ୭ ଘଟିକା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ନିକଟସ୍ଥ ସାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ l ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କର ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ l ପରିବାର ଲୋକେ ଭୁବନେଶ୍ୱର ଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି l ସ୍ଵର୍ଗତ ନାୟକ ଦୀର୍ଘ ଚାଳିଶି ବର୍ଷ ଧରି କାକଟପୁର ଗଣେଶ ବଜାର ଠାରେ ମିଷ୍ଟାନ୍ନ ବ୍ୟବସାୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ l ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ରେ ସାରା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ନାୟକଙ୍କ ପାର୍ଥିବ ଶରୀର କାକଟପୁର ବଜାର ଠାରେ ପହଞ୍ଚିବା ପରେ ତାଙ୍କର ଶହ ଶହ ଶୁଭେଛୁ, ବନ୍ଧୁ ପରିଜନ, ବ୍ୟବସାୟୀ ବନ୍ଧୁ ତଥା ଗଣେଶ ବଜାର ବ୍ୟବସାୟୀ ସଂଘ ସଭାପତି କମଳ ଲୋଚନ ଦୀକ୍ଷିତ, ପରାମର୍ଶ ଦାତା ତୁଷାର ରଞ୍ଜନ ଦୀକ୍ଷିତ,ସମ୍ପାଦକ ମାନସ ଦୀକ୍ଷିତ, କୋଷାଧକ୍ଷ ବିଧୁ ଭୂଷଣ ଦାସ , ନକୁଳ ସାହୁ,ବାଇଧର ସାହୂ, ଅଚୁତ ବିଶୋଇ, ବାଦଲ ସାହୂ,ସୌମ୍ୟରଞ୍ଜନ ଦାଶ, ବିଶିଷ୍ଟ ବ୍ୟବସାୟୀ ଜ୍ଞାନ ରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ଦେବରାଜ ଦୀକ୍ଷିତ, ଅଭୟ କୁମାର ସ୍ୱାଇଁ ପ୍ରମୁଖ ଶେଷ ଦର୍ଶନ କରିବା ସହିତ ତାଙ୍କ ମର ଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ତାଙ୍କର ପାର୍ଥିବ ଶରୀର କୁ ଏକ ବିରାଟ ଶୋଭାଯାତ୍ରା ରେ ତାଙ୍କ ପୈତୃକ ଗ୍ରାମ ତିରୁଣା କୁ ନିଆଯାଇ ସେଠାରେ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଜ୍ୟେଷ୍ଠ ପୁତ୍ର ନିରାକାର, କନିଷ୍ଠ ପୁତ୍ର ନିରଞ୍ଜନ, କନିଷ୍ଠ ଭାଇ ସୁରେନ୍ଦ୍ର ମୁଖାଗ୍ନି ଦେଇଥିଲେ l ତାଙ୍କ ମୃତ୍ୟୁ ପାଇଁ ଆଜି ଗଣେଶ ବଜାରର ସମସ୍ତ ବ୍ୟବସାୟୀ ମନେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିଲେ l

SPREAD YOUR LOVE WITH YOUR FRIENDS AND FAMILY