Home / ସାମାଜିକ / ସତ୍ୟବାଦୀରେ ପାଳନ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଉତ୍ସବ

ସତ୍ୟବାଦୀରେ ପାଳନ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଉତ୍ସବ

satyabadi

ସାକ୍ଷୀଗୋପାଳ: ତା ୫.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁଣ୍ୟପୀଠ ସତ୍ୟବାଦୀ ର ଶ୍ରୀରାମଚନ୍ଦ୍ରପୁର ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ହରିହର ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ମହାସମାରୋହରେ ଓଡିଆ ଜାତିର ଗର୍ବ ଓ ଗୌରବ ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୦ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳର କବି ଓ କବୟିତ୍ରୀ ମାନେ ଯୋଗଦେଇ ପଣ୍ଡିତ ନୀଳକଣ୍ଠଙ୍କର ଜୀବନୀ, ଓଡ଼ିଆ ଭାଷା ପ୍ରତି ଅବଦାନ, ଜାତିପ୍ରଥାର ବିଲୋପ ପାଇଁ ସଂଗ୍ରାମ, ଭଗବତ ଗୀତା, ରାମାୟଣ, ମହାଭାରତ, ସାମ୍ବାଦିକତା ପ୍ରଭୃତି ଉପରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସତ୍ୟବାଦୀ ଦାଶଙ୍କ ପୌରୋହିତ୍ୟରେ ଜୟନ୍ତୀ ଉତ୍ସବ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ସୁସାହିତ୍ୟିକ ଜ୍ଞାନ ରଞ୍ଜନ ପଣ୍ଡା ସମ୍ମାନିତ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ସାହିତ୍ୟିକା ପ୍ରତିମା ରାଣୀ ମିଶ୍ର ଯୋଗଦେଇ ନୀଳକଣ୍ଠଙ୍କର ଓଡ଼ିଆ ଜାତି ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ. ପ୍ରଥମେ ବନ୍ଦନା ସାହିତ୍ୟ ସଂସଦଦ୍ୱାରା ଆୟୋଜିତ କବି ସମିଳନୀରେ କନ୍ଧମାଳ ରୁ କବି ଅଭିମନ୍ୟୁ ରାୟଗୁରୁ ସୁକାନ୍ତି ଓଝା ପ୍ରଭୃତି ୫୦ରୁ ଉର୍ଦ୍ଧ କବି ଯୋଗ ଦେଇ ପଣ୍ଡିତଙ୍କ ଉପରେ କବିତା ପଠା କରାଯାଇଥିଲା। ସମ୍ପାଦକ ରବିନ୍ଦ୍ରନାଥ ଷଡ଼ଙ୍ଗୀଙ୍କ ପ୍ରକାଶିତ “ବନ୍ଦନା ”ଏବଂ କବି ରତ୍ନାକର ଜେନା ଙ୍କର “ଶ୍ରଦ୍ଧା ସାସ୍ୱତୀ ”ଉନ୍ମୋଚିତ ହୋଇଥିଲା। ଉନ୍ମୋଚନ ସଭାରେ ଅତିଥି ଭାବରେ ବିଜୟ ପଟ୍ଟନାୟକ, ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ଅବସର ପ୍ରାପ୍ତ ପ୍ରଫେସର ଗୀତାଞ୍ଜଳି ମହାପାତ୍ର, ମଞ୍ଜୁଶ୍ରୀ ମିଶ୍ର, ଦିବ୍ୟଲୋଚନ ଭାରୀମାଲ, ସାଧୁଚରଣ ବେହେରା ଯୋଗଦେଇଥିଲେ. ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ରେ ଭଗନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତ୍ତରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ନାଥ, ଷଡ଼ଙ୍ଗୀ, ପ୍ରମୋଦ କୁମାର ନନ୍ଦ, ପ୍ରଭାକର ତ୍ରିପାଠୀ, ମାନସ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ହରିହର ଯୁବ ପରିଷଦର ସଦସ୍ୟ ମାନେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY