Home / ମୁଖ୍ୟ ଖବର / ୩୭ ଲିଟର ମଦ ଜବତ, ୩ ଗିରଫ

୩୭ ଲିଟର ମଦ ଜବତ, ୩ ଗିରଫ

mada

କାକଟପୁର – ତା ୧୧/୦୫/୨୦୨୪ – (ତୁଷାର ଦୀକ୍ଷିତ ) ,ପୁରୀଜିଲ୍ଲା କାକଟପୁର ଥାନା ପୋଲିସ ପକ୍ଷରୁ ଥାନା ଅଧିନସ୍ଥ କୁଣ୍ଢେଇ, ଫକୀରସାହି ଓ ସୁହାଗପୁର ଅଞ୍ଚଳର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ କରାଯିବା ସହିତ ୩ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ସୂଚନା ଥାଉକି ଗତ ଶୁକ୍ରବାର ବିଳମ୍ବିତ ରାତିରେ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରାଯାଇ ବୋଦଳା ଗ୍ରାମର ଈଶ୍ୱର କାଣ୍ଡି ଙ୍କ ପୁଅ ଭରତ କାଣ୍ଡି (୩୪ ), ଫକୀରସାହିର ଗ୍ରାମର କରୁଣାକର ସାହୁଙ୍କ ପୁଅ ପ୍ରଫୁଲ୍ଲ ସାହୁ ଓରଫ ପାଗଲ (୫୫ ) ଏବଂ ନରେନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟୋଧନ ସେଠୀଙ୍କ ପୁଅ ଅଜୟ ସେଠୀ ଓରଫ ସୁକା (୩୨ ) ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ମୋଟ ୩୭ ଲିଟର ଚୋରା ମଦ ଜବତ ହେବା ସହିତ ଅବକାରୀ ଆଇନରେ କେଶ ନମ୍ବର 109/24,110/24,111/24 ରେ ପୃଥକ ପୃଥକ ଭାବେ ୩ ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply