Home / ଶିକ୍ଷା / ଶିଶୁଙ୍କ ପାଇଁ ଦିନଟିଏ

ଶିଶୁଙ୍କ ପାଇଁ ଦିନଟିଏ

school1

ସତ୍ୟବାଦୀ: ତା ୨୧.୮.୨୪ -ସିଂହାରୀ ଆଲୋକ ଖୁଣ୍ଟିଆ – ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ ଏହି “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଯୋଗଦାନ୍ କରି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ବିଷୟରେ ସମୀକ୍ଷା କରିଥିଲେ । ଆଗକୁ ସତ୍ୟବାଦୀ ରେ ବ୍ୟାପକ ଜନସଚେତନତା ସହିତ ଶିଶୁମାନଙ୍କ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତରିୟ ଶିଶୁ ସୁରକ୍ଷା କମିଟି ଗୁଡିକୁ ଅଧିକ କ୍ରୀୟାଶିଳ କରାଯିବା ସହିତ ସତ୍ୟବାଦୀ ଅଞ୍ଚଳରେ ବାଲ୍ୟ ବିବାହ ପ୍ରବଣ ଅଂଚଳ ଚିହ୍ନଟ କରିବାକୁ
ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଧାୟକ ଶ୍ରୀଯୁକ୍ତ ମିଶ୍ରଙ୍କ ସହିତ ଜିଲ୍ଲା ପରିଷଦ ରତିକାନ୍ତ ମିଶ୍ର ଓ ବିଷ୍ଣୁପ୍ରିୟା ବରାଳ ଓ ସତ୍ୟବାଦୀ ବ୍ଲକ ସିଡିପିଓ, ଡାକ୍ତର ପ୍ରିତମ୍ ବାଘ୍ ପ୍ରମୁଖ  ସାମିଲ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY