Home / ଶିକ୍ଷା / କେବିଇଏମ ସ୍କୁଲରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କେବିଇଏମ ସ୍କୁଲରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

kbem

କାକଟପୁର – ତା ୨୫/୮/୨୦୨୪
ରିପୋର୍ଟ – ତୁଷାର ଦୀକ୍ଷିତ

କାକଟପୁର ସ୍ଥିତ କେବିଇଏମ କିନ୍ତୁ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନଙ୍କୁ ନେଇ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ
ହୋଇଯାଇଛି। ସୋମବାର ପବିତ୍ର ଜନ୍ମାଷ୍ଟମୀ ଯୋଗୁଁ ବିଦ୍ୟାଳୟ ଛୁଟି ଥିବାରୁ ଏନେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜନ୍ମାଷ୍ଟମୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ଏହି ଉତ୍ସବ ପାଳନ କରିଛନ୍ତି।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ରାଧା, କୃଷ୍ଣ, ବଳରାମ, ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଆଦି ବିଭିନ୍ନ ବେଶରେ ବେଶ କରାଯିବା ସହିତ ଛାତ୍ରଛାତ୍ରୀମାନେ ଉତ୍ସାହ ସହକାରେ ବିଦ୍ୟାଳୟ ପରିସରରେ ନୃତ୍ୟ, ସଙ୍ଗୀତ ଓ ନାଟକ ମାଧ୍ୟମରେ ନନ୍ଦ ଉତ୍ସବ
ଓ ଜନ୍ମାଷ୍ଟମୀ ପାଳନ କରିଥିଲେ। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ନୃତ୍ୟ ବେଶ ମନୋରମ ଥିଲା l ଏହି ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କେବିଇଏମ ସ୍କୁଲ ସର୍ବଦା ଓଡ଼ିଶାର ଲୋକକଳା, ଐତିହ୍ୟ ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇଆସିଛି ବୋଲି କହିଛନ୍ତି ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଦିବ୍ୟରଞ୍ଜନ ସାହୁ l

SPREAD YOUR LOVE WITH YOUR FRIENDS AND FAMILY