Home / ସାମାଜିକ / ସତ୍ୟବାଦୀ ସୃଜନିକା ଅନୁଷ୍ଠାନ ତରଫରୁ ଆୟୋଜିତ ହେଲା ଆଲୋଚନା ଚକ୍ର “ସତ୍ୟବାଦୀ ର ପଞ୍ଚସଖା”

ସତ୍ୟବାଦୀ ସୃଜନିକା ଅନୁଷ୍ଠାନ ତରଫରୁ ଆୟୋଜିତ ହେଲା ଆଲୋଚନା ଚକ୍ର “ସତ୍ୟବାଦୀ ର ପଞ୍ଚସଖା”

srujanika

ସତ୍ୟବାଦୀ : ତା ୯.୧୦.୨୪
ଶାଶ୍ଵତ ଟିଭି

ଐତିହ୍ୟ,ସାହିତ୍ୟ ମାନବବାଦ ସମଗ୍ର ବିଶ୍ଵରେ ସ୍ବତନ୍ତ୍ର ଓ ବିରଳ। ଏହାର ଗର୍ବ, ଗୈାରବ, ସ୍ବାଭିମାନ ଦିନେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ସେହି ଅସ୍ମିତାକୁ ନେଇ ସତ୍ୟବାଦୀ ଆଜି ଗର୍ବିତ। ପଞ୍ଚସଖାଙ୍କର ତ୍ୟାଗ,ସରଳ ଜୀବନ ପ୍ରଣାଳୀ ଓ ଆଦର୍ଶ ସ୍ବତନ୍ତ୍ର ଶିକ୍ଷାନୀତି ବକୁଳବନର ବନବିଦ୍ୟାଳୟକୁ ଚିରଦିନ ମନେରଖିବେ । ଗୋପବନ୍ଧୁ ଜୟନ୍ତୀ ଅବସରରେ ପଞ୍ଚସଖା ସମାଧିପୀଠରେ ଆୟୋଜିତ ଏକ ଆଲୋଚନାଚକ୍ର ” ସତ୍ୟବାଦୀର ପଞ୍ଚସଖା’ ଉପରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆୟୋଜକ ପ୍ରାଧ୍ୟାପକ ଡ଼ ବସନ୍ତ କୁମାର ରଥଙ୍କ ପରିଚାଳନାରେ ସତ୍ୟବାଦୀ ସୃଜନିକାର ଦ୍ବିତୀୟ ଅର୍ଦ୍ଧବାର୍ଷିକ ସଂକଳନର ଶୁଭ ଉନ୍ମୋଚନ ହେବା ସହିତ ଏହି ପତ୍ରିକାଟି ଆଗାମୀ ପୀଢି ପାଇଁ ଅତ୍ୟନ୍ତ ଉପାଦେୟ ହେବବୋଲି ବିଶିଷ୍ଟ ଶିକ୍ଷାବିତମାନେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ବରିଷ୍ଟ ଆୟିନଜୀବୀ ଶ୍ରୀଯୁକ୍ତ ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେପ୍ରାକ୍ତନ ମୁଖ୍ୟ ସମ୍ପାଦକ ଓଡ଼ିଆ ଭାଷା ସାହିତ୍ୟର ପ୍ରଫେସର ମାନସ ରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥି ଭାବେପ୍ରାକ୍ତନ ପ୍ରାଧ୍ୟାପକ ଧରଣୀଧର ପ୍ରଧାନ, ପ୍ରାଧ୍ୟାପକ ଅଶୋକ ମହାନ୍ତି, ପ୍ରାଧ୍ୟାପକ କମଳ ଲୋଚନ ଦାଶ, ସହ ସମ୍ପାଦକ ରବିନ୍ଦ୍ର ନାଥ ଷଡ଼ଙ୍ଗୀ,ବିଜୟ କୁମାର ମିଶ୍ର,ପ୍ର ଶିକ୍ଷକ କାଶୀନାଥ ମହାପାତ୍ର, ଅଭୟ କୁମାର, ରମେଶ ଦାଶ , ଭବାନୀ ପ୍ରସାଦ ଦାଶ୍ ରଞ୍ଜନ ମିଶ୍ର ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ମିଶ୍ର ,ବିଶାଖା ଦେବୀ, ସୁଜାତା ଦେବୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୁରୀ ଭୂବନେଶ୍ବର, ପିପିଲି, ଡେଲାଙ୍ଗ କଣାସ ଓ ସ୍ଥାନୀୟ ସତ୍ୟବାଦୀର ପ୍ରାୟ ଶତାଧିକ ଜ୍ଞାନୀ, ଗୁଣୀ ବିଦ୍ୱାନ ଯୋଗଦେଇ ଏହାର ସଫଳ ରୂପାୟନ ପାଇଁ ଏକ ବିଦ୍ବତ ପରିଷଦ ଗଠନ ପାଇଁ ମତବ୍ୟକ୍ତ କରିଥିଲେ। ପରିଶେଷରେ ସତ୍ୟବାଦୀ ସୃଜନିକା ପତ୍ରିକାଟି ଉପସ୍ଥିତ ଛାତ୍ରଛାତ୍ରୀ ଅଭିଭାବକ ଓ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ମଧ୍ୟରେ ଲୋକାର୍ପିତ କରାଯାଇଥିଲା। ରାଜକିଶୋର ପତି ଧନ୍ୟବାଦ ଦେବାସହ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ଲୋକୋତ୍ତର କରିବାକୁ ଉପସ୍ଥିତ ସମସ୍ତେ ଏକାଠି ସଂକଳ୍ପ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY