Home / ମୁଖ୍ୟ ଖବର / ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ କାଳୀପୂଜା ମହୋତ୍ସବ ଅନୁଷ୍ଠିତ l

ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ କାଳୀପୂଜା ମହୋତ୍ସବ ଅନୁଷ୍ଠିତ l

railway1

ପୁରୀ : ୦୧/୧୧/୨୦୨୪
ଶାଶ୍ଵତ ଟିଭି
ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ର ସୋମନାଥ ସାହୁଙ୍କ ତତ୍ୱାବଧାନ ରେ ୧୫ତମ ବାର୍ଷିକ କାଳୀପୂଜା ମହୋତ୍ସବ ପାଳନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l ଗତକାଲି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବବ୍ରତ ଚକ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ମିଶ୍ର, ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ, ରବିନାରାୟଣ ଭଞ୍ଜ, ବରିଷ୍ଠ ଆଡଭୋକେଟ ସୁରେନ୍ଦ୍ର ମହାପାତ୍ର, ନଗର ମହିଳା ସଭାନେତ୍ରୀ ବିନୋଦିନୀ ଦାସ, ଯୁବ ସଂଗଠକ ଅମରେନ୍ଦ୍ର ପାଇକରାୟଙ୍କ ସହିତ ପୁରୀ ସହରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି କବିଚନ୍ଦ୍ର ପାଇକରାୟ ବାର୍ଷିକ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନ ର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ l ଏହି ଦାବି ଗୁଡିକ ଶୁଣିବା ପରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଅନୁଷ୍ଠାନ ର ସମସ୍ତ ଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବା ସହିତ ପୁରୀ ରେଲୱେ ଷ୍ଟେସନକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇଦିଆଯିବ ବୋଲି ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ l ଏହାପରେ ପୁରୀ ସହରର ବିଭିନ୍ନ ସଂଗଠନ ସହିତ ବରିଷ୍ଠ ସଭ୍ୟମାନଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ସଭା ଶେଷରେ ଜିଲ୍ଲା ବାହାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

SPREAD YOUR LOVE WITH YOUR FRIENDS AND FAMILY