Home / ସାମାଜିକ / ଅଁଳା ନବମୀ ପ୍ରସ୍ତୁତି କୁ ନେଇ ଚେଇଁ ଶୋଇଛି ପ୍ରଶାସନ ସେବାୟତଙ୍କୁ ପ୍ରତିଶ୍ରୁତିରେ ନାହିଁ ସମାଧାନ

ଅଁଳା ନବମୀ ପ୍ରସ୍ତୁତି କୁ ନେଇ ଚେଇଁ ଶୋଇଛି ପ୍ରଶାସନ ସେବାୟତଙ୍କୁ ପ୍ରତିଶ୍ରୁତିରେ ନାହିଁ ସମାଧାନ

psx 20241103 174424

ସାକ୍ଷୀଗୋପଳ: ୩.୧୧.୨୪

ଶାଶ୍ଵତ ଟିଭି

ଆସନ୍ତା ନଭେମ୍ବର ୧୦ ତାରିଖ କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଓଡ଼ିଶା ପ୍ରସିଦ୍ଧ ଅଁଳାନବମୀ ପର୍ବ , ମା ରାଧାରାଣୀ ଙ୍କ ପାଦଦର୍ଶନ ସହିତ ଓଡିଆଣି ବେଶରେ ଦର୍ଶନ ଦେବେ ମା ରାଧାରାଣୀ।ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ସତ୍ୟବାଦୀ। ସାକ୍ଷୀଗୋପାଳ ମନ୍ଦିରର ରଙ୍ଗ କାର୍ଯ୍ୟ, ଚତୁପାର୍ଶ୍ଵ ସଫେଇ ସହିତ ଆରମ୍ଭ ହୋଇଛି ମରାମତି କାର୍ଯ୍ଯ। ଅଁଳା ନବମୀ ପର୍ବକୁ ନେଇ ଗତ ମାସ ୧୭ ତାରିଖ ଦିନ ଅନୁଷ୍ଟିତ ହୋଇଥିଲା ପ୍ରଥମ ସମନ୍ୱୟ ବୈଠକ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ସମସ୍ତ ବିଭାଗର ଅଧିକାରୀ ଏବଂ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ସଦସ୍ୟ ମାନେ ଉପସ୍ଥିତ ରହି ପର୍ବ ବିଷୟରେ ଆଲେଚନା କରିଥିଲେ କିନ୍ତୁ ପ୍ରଥମେ ସେବାୟତଙ୍କ ଦାବି ରହିଥିଲାକି ସେବାୟତଙ୍କ ସ୍ମଶାନ ନିର୍ମାଣ ଏବଂ ପାଉଣା ବୃଦ୍ଧି ଯାହାକି ନଭେମ୍ବର ୪ ତାରିଖ ର ଦ୍ୱିତୀୟ ସମନ୍ୱୟ ବୈଠକ ସୁଦ୍ଧା ସମାଧାନ କରାଯିବ କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ମନ୍ଦିର ପ୍ରଶାସନ ତରଫରୁ କୌଣସି ସମାଧାନର ସୂଚନା ମିଳିନାହିଁ, ପୂର୍ବବର୍ଷ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ କିଛି ଫଳ ମିଳି ନଥିଲା ବେଳେ ଚଳିତ ବର୍ଷ ସେବାୟତ ସଂଘ ସଂପାଦକ ମନ୍ଦିର ପ୍ରଶାସନ ତରଫରୁ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ବୋଲି କହିଛନ୍ତି ସେବାୟତ ସଂଘ ସଂପାଦକ ପ୍ରତାପ କୁମାର ମହାପାତ୍ର।ସେପଟେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କ୍ରମେ ସାକ୍ଷୀଗୋପାଳ ବଜାର ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯିବା ପାଇଁ ବିଧାୟକ ଶ୍ରୀଯୁକ୍ତ ମିଶ୍ର ନିର୍ଦ୍ଦେଶ ଦେଇଥିବା ବେଳେ ଏହି କାର୍ଯ୍ଯ ନାମକୁ ମାତ୍ର କରାଯାଇଛି କାରଣ ବର୍ତ୍ତମାନ୍ ମଧ୍ୟ ଉଠା ଦୋକାନୀ, ମାଛ, ମାଂସ ବ୍ୟବସାୟୀ ଏବଂ କିଛି ଦୋକାନୀ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି।ରାସ୍ତା ମରାମତି କାର୍ଯ୍ଯ ହୋଇନଥିବାରୁ ଜନସାଧାରଣ ଙ୍କୁ ବହୁତ୍ ହଇରାଣ ହେବାକୁ ପଡୁଛି।ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ରାମ ମନ୍ଦିର ନିକଟ ଛାତ ଉପରେ ଗଛ ଉଠି ଏକ ବଡ ଦୁର୍ଘଟଣା ରେ ଅପେକ୍ଷାରେ ରହିଛି ।

img 20241103 wa0001

ଅନ୍ୟପଟେ ବିଦ୍ୟୁତ୍ ଖୁଣ୍ଟି ମାନଙ୍କରେ ଭଙ୍ଗା ଲାଇଟ୍ ଝୁଲି ରହିଥିବା ବେଳେ ରାତିରେ ବଜାରର ଅନେକ ସ୍ଥାନ ଅନ୍ଧାର ରହୁଛି। ଚନ୍ଦନ ପୋଖରୀ ଚାରିପଟେ ଗଛ ଉଠିବା ସହିତ ପୋଚା ପଣି ଦୁର୍ଗନ୍ଧ ସୃଷ୍ଟି କରୁଛି। ଧର୍ମଶାଳା ଭିତର, ଶୌଚାଳୟ ପରିସର ଗଛ, ଅଳିଆ ଆବର୍ଜ୍ଜନା ପୂର୍ଣ୍ଣ ରହିଛି।

img 20241103 wa0002

ପଞ୍ଚସଖା ପଡ଼ିଆ ରେ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପଡ଼ିଆ ଭିତରେ ପାଣି ଜମିରହିଛି।ଗତ ୧୭ ତାରିଖରୁ ବୈଠକ ରେ ସମସ୍ତ ପ୍ରକାର ମରାମତି କାର୍ଯ୍ଯ ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଆଜକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ଆଖିଦୃଷ୍ଟି ହେବା ଭଳି କୌଣସି କାର୍ଯ୍ୟ ହୋଇନଥିବାରୁ ଅଞ୍ଚଳ ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

SPREAD YOUR LOVE WITH YOUR FRIENDS AND FAMILY