Home / ରାଜନୀତି / ଅସ୍ତରଙ୍ଗ ନାନପୁର ଗ୍ରାମରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଅସ୍ତରଙ୍ଗ ନାନପୁର ଗ୍ରାମରୁ ସନ୍ଦିଗ୍ଧ ପାରା ଉଦ୍ଧାର

କାକଟପୁର ତା ୧୫/୩,ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହେଇଛି।ଖବର ନେବାରେ ଜଣାପଡିଛି ଯେ ଏହି ସନ୍ଦିଗ୍ଧ ପାରାଟି ଆଠ ଦିନ ହେଲା ଉକ୍ତ ଗ୍ରାମରେ ବିଚରଣ କରୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ।ବୁଧବାର ଦିନ ୫ ଟା ସମୟରେ ସେହି ଗ୍ରାମର ରୂପନ ପତିଙ୍କ ପୋଷା ପାରାଙ୍କ ପାଖରେ ବସିବା ବେଳେ ତା ଉପରେ ଜାଲ ପକାଇ ରୂପନ ତାକୁ ଧରିବାକୁ ସକ୍ଷମ ହୋଇଥିଲେ।ଧରିବା ପରେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ତଥା ନୂଆଗଡ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତଦନ୍ତ ବେଳେ ପାରାର ଗୋଟିଏ ଗୋଡରେ ପିତ୍ତଳ ଓ ଆଉ ଗୋଟେ ଗୋଡ଼ରେ ପ୍ଲାଷ୍ଟିକ ରିଙ୍ଗି ଲାଗିଛି।ସେଥିରେ Ready VSP DNଲେଖାଯାଇଛି।ପ୍ଲାଷ୍ଟିକ ରିଙ୍ଗରେ 31 ଲେଖାଯାଇଥିବା ବେଳେ ତାର ପରରେ ତିନୋଟି ଷ୍ଟାମ୍ପ ମରାଯାଇଥିବା ଦେଖିବାକୁ ମିଳିଛି।ପୋଲିସ ସନ୍ଦିଗ୍ଧ ପାରାକୁ ଘର ମାଲିକଙ୍କ ହେପାଜରେ ରଖିଛନ୍ତି।ଆସନ୍ତା କାଲି ଜିଲ୍ଲାରୁ ତଦନ୍ତକାରୀ ଦଳ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲ ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।ଏହି ଘଟଣା ଏବେ ଅସ୍ତରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply