Home / ସାମାଜିକ / ଦୁର୍ଘଟଣା ରେ ଭାଙ୍ଗିଲା ଗେଟ୍ ମୁକୁଳା ପଡ଼ିଛି ରେଳ ଫାଟକ

ଦୁର୍ଘଟଣା ରେ ଭାଙ୍ଗିଲା ଗେଟ୍ ମୁକୁଳା ପଡ଼ିଛି ରେଳ ଫାଟକ

whatsapp image 2024 11 15 at 09.19.06 41878078


ସାକ୍ଷୀଗୋପଳ: ତା ୧୪.୧୧.୨୪
ଶାଶ୍ଵତ ଟିଭି
ସାକ୍ଷୀଗୋପାଳ ବଜାର ରେଳ ଫାଟକ ରେ ଘଟିଛି ଅଭାବନୀୟ ଘଟଣା ଅଜଣା ଅଟୋ ଗାଡ଼ି ମାଡ଼ରେ ଭାଙ୍ଗି ଯାଇଛି ରେଳ ଫାଟକ ଗେଟ୍। ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ସକାଳୁ ସାକ୍ଷୀଗୋପାଳ ରେ ରହିଛି ପ୍ରବଳ ଭିଡ଼, ସ୍ଥାନୀୟ ବାସିନ୍ଦାଙ୍କ ସହିତ ବାହାର ଅଞ୍ଚଳରୁ ଶ୍ରାଦ୍ଧଳୁ ମାନେ ବହୁତ୍ ସଂଖ୍ୟାର ଆସୁଛନ୍ତି ସାକ୍ଷୀଗୋପାଳ ମନ୍ଦିର ଦର୍ଶନ ପାଇଁ। ସୂଚନା ଅନୁସାରେ ଆଜି ସକାଳୁ ପୁରୀ କଟକ ସଟଲ ଗାଡ଼ି ଯିବା ପାଇଁ ଗେଟ୍ ପଡ଼ୁଥିବା ବେଳେ ଏକ ଅଜଣା ବ୍ୟାଟେରୀ ଚାଳିତ ଅଟୋ ଗାଡ଼ି ସାଇରନ୍ ବାଜିବା ସତ୍ତ୍ବେ ନିୟମ ଉଲଙ୍ଘନ କରି ରେଳ ଫାଟକ ଅତିକ୍ରମ କରି ଗେଟ୍ କୁ ବାଡେଇ ଚଳିଯାଇଥିଲା। ଗେଟ୍ ଟି ଭାଙ୍ଗି ଯିବାରୁ ଗେଟ୍ ଦାୟିତ୍ୱରେ ଥିବା କର୍ମଚାରୀ ଙ୍କୁ ଅନେକ ହଇରାଣ ହେବାକୁ ପଡିଛି।


ଆଜି କାର୍ତ୍ତିକ ପୂର୍ଣ୍ଣିମା ପର୍ବ ରେ ରାସ୍ତା ଭିଡ଼ ଥିବାରୁ ରେଳ ଫାଟକ ମୁକୁଳା ପଡ଼ିଥିବାରୁ ବିପଦ ପୂର୍ଣ୍ଣ ପଡ଼ିସ୍ଥିତି ସୃଷ୍ଟି ହୋଇଛି।
ଅନେକ ସମୟରେ ଘଟୁଥିବା ଏଭଳି ଦୁର୍ଘଟଣା ପାଇଁ ସାକ୍ଷୀଗୋପଳ ବଜାର ରେଳ ଫାଟକ ଉପରେ ପ୍ରସ୍ତାବିତ ଓଭର ବ୍ରିଜର ନିର୍ମାଣ ତୁରନ୍ତ କରିବାକୁ ଅଞ୍ଚଳ ବାସିନ୍ଦା ଦାବି କରିଛନ୍ତି।

whatsapp image 2024 11 15 at 09.19.11 6375937f
whatsapp image 2024 11 15 at 09.19.11 6375937f
SPREAD YOUR LOVE WITH YOUR FRIENDS AND FAMILY