Home / ଶିକ୍ଷା / କେବିଇଏମ କିଡ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେବିଇଏମ କିଡ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାକଟପୁର ତା ୧୧/୧
( ତୁଷାର ଦୀକ୍ଷିତ )
ପୁରୀଜିଲ୍ଲା କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କେବିଇଏମ କିଡ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “କାଞ୍ଚନ -0.୨” -2025 ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଓଟର ଶାସନ ସ୍ଥିତ ପତିତପାବନ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ରଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ କେବିଈଏମ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଦିବ୍ୟରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ମିଯ଼ୋରାମ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଭୂଷଣ ରାଉତ, ମୁଖ୍ୟ ବକ୍ତା ଭାବେ ମିଯ଼ୋରାମ ବିଶ୍ୱବିଦ୍ୟାଳୟର ପ୍ରଫେସର ଆର କେ ମହାନ୍ତି, କାକଟପୁର ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୁରୀଜିଲ୍ଲା ଆରକ୍ଷୀ ଉପ-ଅଧିକ୍ଷକ ବିଷ୍ଣୁ ମୋହନ ପତି, ନିମାପଡା ଆରକ୍ଷୀ ଉପଖଣ୍ଡ ଅଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ,କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ଶିକ୍ଷାବିତ ରଞ୍ଜନ ବେହେରା,କାକଟପୁର ବ୍ଲକର ପୂର୍ବାତନ ସହ -ଶିକ୍ଷାଧିକାରିଣୀ ପଙ୍କଜିନୀ ଦେଇ, ପ୍ରମୁଖ ଯୋଗଦେଇ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣରେ ଅଭିଭାବକମାନଙ୍କ ମୁଖ୍ୟ କର୍ତ୍ତବ୍ୟ ଏବଂ ସେମାନଙ୍କୁ ମୋବାଇଲର ଅପବ୍ୟବହାରରୁ ଦୂରେଇ ରଖି ଶିକ୍ଷା ସହ ମାନବିକତାର ମୂଲ୍ୟବୋଧର ଗୁରୁତ୍ୱ ଦେବାକୁ ପରାମର୍ଶ ତଥା ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିବା ସହ ଏହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ l ସ୍କୁଲର ଅଧ୍ୟକ୍ଷା ଲଷ୍ମୀପ୍ରିୟା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବାକୁ ଥିବାବେଳେ ଅନୁଷ୍ଠାନ ପକ୍ଷରୁ ରବିବାର ଦିନ ଏକ ରକ୍ତଦାନ ଶିବିର ସ୍କୁଲ ପରିସରରେ ଆୟୋଜିତ ହେଵ ବୋଲି ସ୍କୁଲ ର ସହ ନିର୍ଦ୍ଦେଶକ ଆଲୋକ ରଞ୍ଜନ ପାଣି ପ୍ରକାଶ କରିଛନ୍ତି, ସ୍କୁଲ ର ଅଧକ୍ଷ୍ୟ ଦିବ୍ୟରଞ୍ଜନ ସାହୂ ଙ୍କ ଏଭଳି ପ୍ରୟାସ କୁ କାକଟପୁର ର ସମସ୍ତ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି,ଏହି କାର୍ଯ୍ୟକ୍ରମ ରେ ପଢ଼ୁଥିବା ପିଲାଙ୍କ ଅଭିଭାବକ ଙ୍କ ସମେତ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା

SPREAD YOUR LOVE WITH YOUR FRIENDS AND FAMILY