Home / ସାମାଜିକ / ଆମେ ମରିବୁ ପଛେ ବନ୍ଦର ହେବାକୁ ଦେବୁନି

ଆମେ ମରିବୁ ପଛେ ବନ୍ଦର ହେବାକୁ ଦେବୁନି

କାକଟପୁର ୨୧/୧(ତୁଷାର ଦୀକ୍ଷିତ )୨୦୦୬ ମସିହା ଇଆଇଏ ବିଜ୍ଞପ୍ତି ଅନୁସାରେ ଅସ୍ତରଙ୍ଗ ଠାରେ ପ୍ରସ୍ତାବିତ ବନ୍ଦର ପ୍ରଥମ ଶ୍ରେଣୀ ପରିସରଭୁକ୍ତ ଓ ଭାରତ ସରକାର ଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଣଳୟ ତରଫରୁ ସର୍ତ୍ତ ହାସଲ କରିବା ପରେ ହାଇଦ୍ରାବାଦ ର ନବଯୁଗ କମ୍ପାନୀ ଏହି ପ୍ରକଳ୍ପ କୁ କରିବାପାଈଁ ନିଷ୍ପତି ହୋଇଥିଲା ରାଜ୍ୟ ସରକାର ଙ୍କ ତରଫରୁ, ମାତ୍ର ପ୍ରଥମ ଜନଶୁଣାଣୀ ରେ ଲୋକ ଙ୍କ ରାୟ କୁ ନେଇ ପ୍ରସ୍ତାବିତ ବନ୍ଦର କୁ ବିରୋଧ କରାଯିବା ପରେ ଏହା ଉପରେ ମାନ୍ୟବର ହାଇକୋର୍ଟ ରହିତା ଦେଶ ଲଗାଇ ପୁନଃବାର ପ୍ରସ୍ତାବିତ ଅଞ୍ଚଳ ରେ ଉକ୍ତ ଲୋକ ମାନଙ୍କୁ ନେଇ ଜନଶୁଣାଣୀ କରିବାକୁ ନିର୍ଦ୍ଧେଶ ଦେବା ପରେ ଆଜି ଛୁରୀଆନା ପଞ୍ଚାୟତ ପିର ଜାହାନିଆ ବେଳାଭୂମି ନିକଟରେ ଜନଶୁଣାଣୀ ହୋଇଛି l ମାତ୍ର ଏହି ଜନଶୁଣାଣୀ ରେ ଆଜି ଛୁରିଆନା, ଶିଶୁଅ, ନୂଆଗଡ, ଅସ୍ତରଙ୍ଗ ଭଳି ଉପକୂଳ ପଞ୍ଚାୟତ ର ପ୍ରାୟ ୧୫ ହଜାର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି l ଅସ୍ତରଙ୍ଗ ଅଞ୍ଚଳ ଧାନ, ପାନ, ମୀନ ଚାଷ କୁ ନେଇ ପ୍ରସିଦ୍ଧ, ଏହି ଉପକୂଳ ବାସୀ ନଦୀ ସମୁଦ୍ର ରୁ ମାଛ ଧରିଲେ ନିଜ ପରିବାର ପୋଷଣ କରନ୍ତି, ଏହା ସହ ଲୁଣା ଜଙ୍ଗଲ ଏହି ଅଞ୍ଚଳ ରେ ପ୍ରକୃତି ର ବରଦାନ ସଦୃଶ, ଯାହା ପ୍ରାକୃତିକ ଦୁର୍ବିପାକ ରେ ଜନଜୀବନ କୁ ସୁରକ୍ଷା ଦେଈଆସୁଛି l

ଶ୍ରୀଲଙ୍କା ରେ ବିରଳ ଅଲିଭରିଡଲେ କଇଁଛ ଏହି ଅଞ୍ଚଳ କୁ ଚାଲିଆସନ୍ତି ଅଣ୍ଡା ଦେବାପାଇଁ ଓ ଏହା ସହ ଅନେକ ବିଦେଶାଗତ ପକ୍ଷୀ, ଡ଼ଲଫିନ ମଧ୍ୟ ଏହି ଅଞ୍ଚଳ କୁ ନିଜର କରି ଅତିଥି ହିସାବରେ ଆସନ୍ତି ମାତ୍ର ଯଦି ଏଠି କମ୍ପାନୀ ବନ୍ଦର କରେ ତାହେଲେ ଏହି ବିରଳ ଜୀବଜଗତ ଉପରେ କୁ ପ୍ରଭାବ ପଡିବ ବୋଲି ପରିବେଶବିତ୍ତ ବିଚିତ୍ରାନନ୍ଦ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି, ବିସ୍ଥାପିତ ପରିବାର ମାନଙ୍କୁ ଚାକିରି, ଭୂମିହରା ସାହାଯ୍ୟ ର ପ୍ରଲୋଭନ ଦେଖାଇ କମ୍ପାନୀ ଭବିଷ୍ୟତ ରେ ଠକେଇ ଦେଲେ ଅନେକ ପରିବାର ପ୍ରଭାବିତ ହେବେ ବୋଲି ବିଧାୟକ ତୁଷାର କାନ୍ତି ବେହେରା କହିଛନ୍ତି, ଯୁବ ବିଜେପି ନେତା ଦିବାକର ଛାଟୋଇ ଆମ ପ୍ରାକୃତିକ ସମ୍ବଳ ଅସ୍ତରଙ୍ଗ ଉପକୂଳ କୁ ଆମେ ନବଯୁଗ କମ୍ପାନୀ ହାତରେ ଟେକିବୁ ନାହି ବରଂ ଆଗକୁ ତୀବ୍ର ବିରୋଧ କରିବାକୁ ଚେତାବନୀ ଦେଇଥିବା ବେଳେ କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ ଲୋକ ମାନଙ୍କ ଦାବୀ ପାଈଁ ଲୋକ ଙ୍କ ସହିତ ଶେଷ ପର୍ଯ୍ୟନ୍ତ ରହି ଆନ୍ଦୋଳନ କରିବାକୁ ଦାବୀ ଉପସ୍ଥାପନା କରିଛନ୍ତି, ମାଡ୍ରାସ ଆଇଆଇଟି ରିପୋର୍ଟ ଅନୁସାରେ ୨୦୧୦ ରେ ଏହି କମ୍ପାନୀ ଚୁକ୍ତି କରିଥିବା ବେଳେ ୨୦୧୩ ରେ ପ୍ରୋଜେକ୍ଟ ରିପୋର୍ଟ ଦାଖଲ ଓ ୨୦୧୬ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଣଳୟ ରୁ ମଞ୍ଜୁରୀ ମିଳିଥିଲା l ଏହି କମ୍ପାନୀ ୩ ଟି ପର୍ଯ୍ୟାୟ ରେ ୭, ୪୧୭ କୋଟି ଵ୍ୟାୟ ରେ ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା କଥା ମାତ୍ର ସମସ୍ତ କାର୍ଯ୍ୟ କରିବାକୁ ପ୍ରଥମ ଜନଶୁଣାଣୀ ସମୟ ରେ ହାଇକୋର୍ଟ ରେ ଅଭିଯୋଗ ହେବା ପରେ ଆଜି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଧେଶ ରେ ଦ୍ୱିତୀୟ ଜନଶୁଣାଣୀ ରେ ୯୫%ଲୋକ ଏହାକୁ ତୀବ୍ର ବିରୋଧ କରିବା ସହ ନବଯୁଗ ଫେରିଯିବା ପାଈଁ ଦାବୀ ଉପସ୍ଥାପନା କରିଥିଲେ, ଯାହାକୁ ନେଇ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏହି ସବୁ ତଥ୍ୟ ସରକାର ଙ୍କୁ ପଠାଯାଇ ନିଷ୍ପତି ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY