କାକଟପୁର ୧୮/୩ :- ( ତୁଷାର ଦୀକ୍ଷିତ ) ସାରା ବିଶ୍ୱ ରେ ବ୍ୟାଙ୍କ ଅଫ ଇଣ୍ଡିଆ ର ବିଭିନ୍ନ ଶାଖା ଥିବାବେଳେ, ଓଡିଶା ରେ ୧୧୯ ଟି ଶାଖା ରହିଅଛି l ସେଥିମଧ୍ୟରୁ ୮୧ ଟି ଶାଖା କେବଳ ଭୁବନେଶ୍ୱର ଜୋନ ରେ ଅଛି l ବ୍ୟାଙ୍କ ର ଏହି କ୍ରମବିକାଶ ରେ ଆଉଗୋଟିଏ ପାଦ ଆଗେଇ ପବିତ୍ର ଚୈତ୍ର ମଙ୍ଗଳବାର ରେ କାକଟପୁର ପୁରୁଣା ବସ ଷ୍ଟାଣ୍ଡ ନିକଟସ୍ଥ ପଦ୍ମ ଚରଣ ସାମନ୍ତସିଂହାର ଟ୍ରଷ୍ଟ ଆନୁକୂଲ୍ୟରେ ଏକ ନୂତନ ଶାଖା ଉଦଘାଟିତ ହୋଇଯାଇଛି l ଏହି ଉତ୍ସବ ରେ ବ୍ୟାଙ୍କ ର ଓଡିଶା ଶାଖା ମହାପ୍ରବନ୍ଧକ ବିକାଶ କ୍ରିଷ୍ନା, କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା ଫିତା କାଟି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ତାଙ୍କ ସହିତ ଭୁବନେଶ୍ୱର ଜୋନ ର ପ୍ରବନ୍ଧକ ବିଜୟ କୁମାର ମଲିକ, ଉପ ପ୍ରବନ୍ଧକ ଅଶୋକ କୁମାର ଜେନା, ଶାଖା ପରିଚାଳକ ବିକାଶ ରାଉତରାୟ ଉପସ୍ଥିତ ରହି ବ୍ୟାଙ୍କ ର ସମସ୍ତ କାର୍ଯ୍ୟଦକ୍ଷତା ର ସ୍ମୃତି ଉପସ୍ଥିତ ଗ୍ରାହକ ମାନଙ୍କୁ ସୂଚିତ କରିବା ସହିତ କିପରି ଭାବରେ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ l ଜୋନ ର ଅନ୍ୟତମ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ଦାଶ ଉତ୍ସବ କୁ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l ବ୍ୟାଙ୍କ ର ପ୍ରଥମ ଗ୍ରାହକ ଭାବେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ର ଆକାଉଣ୍ଟ ୧ ନମ୍ବର ଭାବେ ଖୋଲା ଯାଇଥିବା ବେଳେ ବ୍ୟାଙ୍କ ତରଫରୁ କୁ ୫ହଜାର ଟଙ୍କା ମନ୍ଦିର ଆକାଉଣ୍ଟ ରେ ଡିପୋଜିଟ ହୋଇ ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କୁ ମହାପ୍ରବନ୍ଧକ ପାସବୂକ ପ୍ରଦାନ କରିଥିଲେ , ପଦ୍ମ ଚରଣ ସlମନ୍ତସିଂହାର ଟ୍ରଷ୍ଟ ର ମୁଖ୍ୟ ସ୍ୱାଧୀନ କୁମାର ନାୟକ ଙ୍କୁ ଜୋନ ର ପ୍ରବନ୍ଧକ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ଅଭୟ ସେଠୀ, ହିମାଂଶୁ ଭୂଷଣ ଦୀକ୍ଷିତ, ପ୍ରାଣକୃଷ୍ଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ଓ ବ୍ୟାଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l










