Home / ସାମାଜିକ / ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

whatsapp image 2025 04 17 at 12.10.22 d79c7bcb

ନୟାଗଡ଼ : ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ପୌର ପରିଷଦ ବିଜେଡି ସଭାପତି ଅମୂଲ୍ୟ ମହାନ୍ତି ବିଜୁ ବାବୁଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା କରିବା ଅନୁଭୂତିକୁ ବକ୍ତବ୍ୟରେ କହିଥିଲେ। ମହିଳା ସଶକ୍ତି କରଣ କରିବାରେ ବିଜୁ ବାବୁଙ୍କ ଅବଦାନ ସ୍ମରଣୀୟ ବୋଲି ପୌର ପରିଷଦ ଅଧ୍ୟକ୍ଷା କହିଥିଲେ। ବିଜୁ ବାବୁ ଅସୀମ ସାହାସର ପ୍ରତୀକ ବୋଲି ବରିଷ୍ଠ ନାଗରିକ ପ୍ରତାପ ନନ୍ଦ କହିଥିଲେ। ବିଜୁ ଜନତା ଦଳ ଅଖଣ୍ଡ ଭାବେ ଲଢ଼େଇ କରିବାର ସମୟ ଆସିଛି ବୋଲି କହିଥିଲେ।

whatsapp image 2025 04 18 at 15.22.36 65cc1d85

ଓଡ଼ିଆ ଅସ୍ମିତାକୁ ଅଗ୍ରାଧିକାର ବିଜୁ ବାବୁ ଦେଇଥିଲେ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ବିଜୁ ବାବୁ ଓଡ଼ିଶା ପାଇଁ ଉଜ୍ଜ୍ୱଳତମ ତାରକା ବୋଲି କହିଥିଲେ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ଝଡ଼ର ଇଗଲ ବିଜୁ ବାବୁ ମହିଳା ସଶକ୍ତି କରଣକୁ ଗୁରୁତ୍ଵ ଦେଇଥିଲେ। ବିଜେପି ସରକାର ସ୍ଵାଧୀନତା ଆଣିଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କରୁଛି ବୋଲି ବିଧାୟକ ଡ. ସାହୁ କହିଥିଲେ। ଗାନ୍ଧୀଙ୍କ ଅବଦାନକୁ ମୂଳ ଉତ୍ପାଟନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ମନରେଗା ଯୋଜନାରେ ଅର୍ଥ ବ୍ୟୟ ବରାଦ କରିବା ବନ୍ଦ କରି ଉକ୍ତ ଯୋଜନାକୁ ବିଜେପି ସରକାର ବନ୍ଦ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛି।

whatsapp image 2025 04 18 at 15.22.35 94989631

କେବଳ ଗାନ୍ଧୀଙ୍କ ନାଁ ଲୁଚାଇବା ପାଇଁ ଏଭଳି କରାଯାଉଥିବା ବିଧାୟକ କହିଥିଲେ। ସେହିଭଳି ଭାବେ ଓଡ଼ିଶାରେ ବିଜୁ ବାବୁଙ୍କୁ କୃତ୍ତିକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି। ଧର୍ମ ନାଁରେ ରାଜନୀତି କରିବା ଦ୍ଵାରା ବିଭିନ୍ନ ସମୟରେ ଦଙ୍ଗା ସୃଷ୍ଟି ହେଉଛି। ବିଜୁ ବାବୁ ଓଡ଼ିଶା ବାସୀଙ୍କ ପାଇଁ ଅବିସ୍ମରଣୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାସ କହଁର, ସରୋଜ ରଣସିଂ, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ସଂଖ୍ୟା ଲଘୁ ନେତା ଏସ. କେ ନଇମ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY