Home / ସାମାଜିକ / ପୁରୀ ରାଧାବଲ୍ଲଭ ମଠରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ଶତାଧିକ ସାଧୁସନ୍ଥ ଲାଭାନ୍ଵିତ

ପୁରୀ ରାଧାବଲ୍ଲଭ ମଠରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ଶତାଧିକ ସାଧୁସନ୍ଥ ଲାଭାନ୍ଵିତ

sadhu

ପୁରୀ,୮/୦୫/୨୦୨୫ – ନି:ପ୍ର –   ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ରାଧାବଲ୍ଲଭ ମଠ ପରିସରରେ ଆୟୋଜିତ ହୋଇଥିବା ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ମାଧ୍ୟମରେ ଶତାଧିକ ସାଧୁସନ୍ଥ, ମଠାଧୀଶ ଓ ବିଦ୍ୟାର୍ଥୀ ଲାଭାନ୍ବିତ ହୋଇଛନ୍ତି। ଏହି ଶିବିର ରାଧାବଲ୍ଲଭ ମଠର ମଠାଧିଶ ମହନ୍ତ ଶ୍ରୀ ରାମକୃଷ୍ଣ ଦାସଙ୍କ ତତ୍ବାବଧାନରେ ଶ୍ରୀ ସତ୍ୟ ସାଇ ସେବା ଟ୍ରଷ୍ଟ ଓଡ଼ିଶା ର ଆନୁକୁଳ୍ୟରେ ଆୟୋଜିତ ହୋଇଥିଲା।

ଏହି ଶିବିରରେ ମେଡିସିନ, ଚକ୍ଷୁ ଓ ଅନ୍ୟାନ୍ୟ ବିଭାଗର ବିଶିଷ୍ଟ ଡାକ୍ତରମାନେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ECG, ମଧୁମେହ, ଉଚ୍ଚ ରକ୍ତଚାପ ଓ ୟୁରିକ ଏସିଡ ପରୀକ୍ଷା ସହ ଅନେକ ବୈଦ୍ୟକିୟ ସେବା ମିଳିଥିଲା। ତଦୁପରି ମଠ ପରିସରରେ ଆସିଥିବା ସମସ୍ତ ସାଧୁସନ୍ଥଙ୍କ ପାଇଁ ଜଳପାନ ଓ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ସେବା କାର୍ଯ୍ୟରେ ଡ଼. ରଞ୍ଜିତ ଖଟୁଆ, ଡ଼. ବିଷ୍ଣୁ ପ୍ରସାଦ (SCB Medical College), ଶ୍ରୀ ସୁଶାନ୍ତ ପଟ୍ଟନାୟକ (ସମ୍ପାଦକ, ଶ୍ରୀ ସତ୍ୟ ସାଇ ସେବା ଟ୍ରଷ୍ଟ, ଓଡ଼ିଶା), ଶ୍ରୀ ରମାକାନ୍ତ ଦାସ (ସେବା ସଂଯୋଜକ), ବରିଷ୍ଠ ସଦସ୍ୟ ଶ୍ରୀ ଚନ୍ଦ୍ରଶେଖର ଦାସ ଓ ବିପିନ ବିହାରୀ ପାଣିଗ୍ରାହୀ (ରାଜ୍ୟ ସ୍ୱାସ୍ଥ୍ୟ ଓ ସେବା ନିର୍ବାହକ) ଆଦି ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ମଠାଧିଶ ମହନ୍ତ ଶ୍ରୀ ରାମକୃଷ୍ଣ ଦାସଙ୍କ କହିବା ଅନୁଯାୟୀ, ଏହି ପ୍ରକାର ସେବା କାର୍ଯ୍ୟ ନିୟମିତ ଭାବେ ଆୟୋଜିତ କରି ସାଧୁସନ୍ଥମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯିବ।

SPREAD YOUR LOVE WITH YOUR FRIENDS AND FAMILY