Home / ମୁଖ୍ୟ ଖବର / ପୁରୀ ବକ୍ସିଂ ଏକାଡେମୀର ଗ୍ରୀଷ୍ମ କାଳୀନ ବକ୍ସିଂ ଶିବିର ସମାପନ ଓ ନୂଆ ଗ୍ରାଉଣ୍ଡ ଲେଭେଲ ବକ୍ସିଂ ରିଙ୍ଗର ଉଦ୍‌ଘାଟନ

ପୁରୀ ବକ୍ସିଂ ଏକାଡେମୀର ଗ୍ରୀଷ୍ମ କାଳୀନ ବକ୍ସିଂ ଶିବିର ସମାପନ ଓ ନୂଆ ଗ୍ରାଉଣ୍ଡ ଲେଭେଲ ବକ୍ସିଂ ରିଙ୍ଗର ଉଦ୍‌ଘାଟନ

whatsapp image 2025 06 01 at 22.14.16 b1d8f99a

ପୁରୀ, ୦୧/୦୬/୨୦୨୫ – (ତୃପ୍ତିମୟୀ ଜେନା) – ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆୟୋଜିତ ଗ୍ରୀଷ୍ମକାଳୀନ ବକ୍ସିଂ ଶିବିର ୨୦୨୫ ର ଉତ୍ସାହବର୍ଦ୍ଧକ ଓ ସଫଳ ଉଦ୍ ଯାପନୀ ସମାରୋହ ଆଜି ପୁରୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଡି ବିଲ୍ଡର ଅନୀଲ ଗୋଚ୍ଛିକାର ଙ୍କ ସହଯୋଗରେ ଏକ ନୂତନ ଗ୍ରାଉଣ୍ଡ-ଲେଭେଲ ବକ୍ସିଂ ରିଙ୍ଗ ଉଦ୍‌ଘାଟନ ମଧ୍ୟ ହୋଇଥିଲା, ଯାହା ପୁରୀ ଜିଲ୍ଲାରେ ବକ୍ସିଂ ପ୍ରଶିକ୍ଷଣ ପାଇଁ ଏକ ନୂଆ ମାଇଲ୍‌ସ୍‌ଟୋନ୍ ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଓଡିଶା ଅଲମ୍ପିକ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ, ସମ୍ପାଦକ ପ୍ରତିହାରୀ ନିଯୋଗ କେଦାରନାଥ ଖୁଣ୍ଟିଆ ,ବିନୋଦ ସିଂ, ବିମଲ ପ୍ରସାଦ ମହାନ୍ତି, ଆୟୁଷ ଆଥେଲେଟିକ୍ସି ରଶ୍ମି ରଞ୍ଜନ ପାତ୍ର, ପୂର୍ବତନ ପୌର ସଦସ୍ୟ ସୁବାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବୟସର ଶିକ୍ଷାର୍ଥୀ ଓ ବକ୍ସରମାନେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ। ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ଶ୍ରୀ ସୁଦର୍ଶନ ସାହୁ ଏହି ଉଦ୍‌ଘାଟନ ଅବସରରେ କହିଲେ, “ଏହି ନୂଆ ବକ୍ସିଂ ରିଙ୍ଗ ଆମ ପ୍ରଶିକ୍ଷାର ଗୁଣତ୍ତ୍ୱ ବଢ଼ାଇବ ଓ ଅଭିଯାନରେ ଗତି ଆଣିବ।” ମଦନ ନାୟକ, ବିଶ୍ୱଭୂଷଣ ପଣ୍ଡା, ପ୍ରଦୀପ ଦାସ,ଦୀପକ ପରିଡା, ଲଷ୍ମୀଧର ମୁଦୁଲି, ବସନ୍ତ ବେଜ, ଚନ୍ଦନ ଥାପା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

whatsapp image 2025 06 01 at 22.15.27 233e5e7d

ଏହି ଶିବିରରେ ଜିଲ୍ଲା ଓ ଜିଲ୍ଲା ବାହାର ର ଅନେକ ନବଯୁବକ ଓ ଶିଶୁ ମାନେ ଅଂଶଗ୍ରହଣ କରି ବକ୍ସିଂ ନେଇ ଉତ୍ସାହ ଓ ଅନୁଶାସନ ଶିଖିଛନ୍ତି। ପୁରୀ ବକ୍ସିଂ ଏକାଡେମୀ ପୂର୍ବରୁ ଅନେକ ରାଜ୍ୟ ଓ ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ତିଆରି କରିଛି।

SPREAD YOUR LOVE WITH YOUR FRIENDS AND FAMILY