Home / ସାମାଜିକ / ଓଡିଶା ସାଇକେଲ ପୋଲୋ ସଙ୍ଘ ର ଶାସକ ଦଳ ବୈଠକ ଅନୁଷ୍ଠିତ

ଓଡିଶା ସାଇକେଲ ପୋଲୋ ସଙ୍ଘ ର ଶାସକ ଦଳ ବୈଠକ ଅନୁଷ୍ଠିତ

whatsapp image 2025 06 15 at 20.30.57 f6dc8b62

ପୁରୀ (ତୃପ୍ତିମୟୀଜେନା )ଆଜି ତା ୧୫/୦୬/୨୫ ରିଖ – ଓଡିଶା ସାଇକେଲ ପୋଲୋ ସଙ୍ଘ ର ଶାସକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି| ପୁରୀ ୟୁଥ ହଷ୍ଟେଲ ଠାରେ ଓଡିଶା ସାଇକେଲ ପୋଲୋ ସଂଘ ର ନୂତନ ସଭାପତି ଭାବେ ବିନୟ ନୃସିଂହ ମହାପାତ୍ର ଏବଂ ବିଭିନ୍ନ କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଛନ୍ତି ବୋଲି ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ମହାନ୍ତି କହିଛନ୍ତି. ଏହି ସଭାରେ ଓଡ଼ିଶାର ୧୦ଟି ଅନୁବନ୍ଧିତ ୟୁନିଟ୍ ଯୋଗଦାନ କରିଥିଲେ. ଏହି ମିଟିଙ୍ଗ ରେ ଗୋପୀନାଥ ସାହୁ, ଅଭିମନ୍ୟୁ ଶତପଥୀ, ରଂଜିତ ମିଶ୍ର, ସଚ୍ଚିଦାନନ୍ଦ ଦାଶ (ବ୍ରହ୍ମପୁର), ଶରତ ମହାନ୍ତି, ଅମର ଆନନ ପଟ୍ଟନାୟକ, ପ୍ରିତିଶ ମହାନ୍ତି, ପ୍ରତୀକ ଦାଶ, ଶିବାଶିଷ ମହାନ୍ତି, ଅଂଶୁମାନ ଶତପଥୀ, ଶୁଭମ ଜେନା, ଶୁଭ୍ରଜିତ ମିଶ୍ର ଏବଂ ସମସ୍ତ ଜିଲ୍ଲାର ସମ୍ପାଦକ ମାନେ ଯୋଗଦାନ କରିଥିଲେ ବୋଲି ଓଡିଶା ସାଇକେଲ ପୋଲୋ ସଂଘ ର ରାଜ୍ୟ ସାଧରଣ ସମ୍ପାଦକ କହିଛନ୍ତି.ଆଗାମୀ ଦିନରେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ଡିସେମ୍ବର ମାସ ରେ ଅନୁଷ୍ଠିତ ହେବ. ଏହି ଖେଳର ଉର୍ନତି ପାଁଈ ସ୍କୁଲ ସ୍ତରରୁ ଖେଳାଳି ମାନଙ୍କୁ ଚୟନ କରାଯିବ ଏବଂ ଆବଶ୍ୟକ କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ର ରାଜ୍ୟ ସଭାପତି କହିଛନ୍ତି. ସରକାର ଙ୍କ ନିକଟରେ ଖେଳାଳି ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ସେ ନେଇ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ନୂତନ ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି. ନଭେମ୍ବର ସୁଧ ୨୦ଟି ଜିଲ୍ଲାରେ ଏହି ଖେଳ କୁ ପଞ୍ଜିକରଣ କରାଯିବ. ସାଇକେଲ ପୋଲୋ ଖେଳର ସମସ୍ତ ସୁବିଧା ଅସୁବିଧା ସରକାର ଙ୍କ ନିକଟରେ ପହଞ୍ଚେଇବା ନୂତନ ସଭାପତି ଙ୍କ ନେତୃତ୍ୱ କ୍ରମେ ଏକ ୩ ଜଣିଆ ଡ୍ରାଫଟିଙ୍ଗ କମିଟି ଗଠନ କରାଯାଇଛି. ଡିସେମ୍ବର ସୁଦ୍ଧା ଜାତୀୟ ସ୍ତରୀୟ ସାଇକେଲ ପୋଲୋ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ସଙ୍ଘ ର ସଭାପତି ପ୍ରକାଶ କରିଛନ୍ତି ।।

SPREAD YOUR LOVE WITH YOUR FRIENDS AND FAMILY