Home / ସାମାଜିକ / ନୟାଗଡ଼ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର । ୭୫ ୟୁନିଟ୍ ରକ୍ତ ସଂଗ୍ରହ।

ନୟାଗଡ଼ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର । ୭୫ ୟୁନିଟ୍ ରକ୍ତ ସଂଗ୍ରହ।

whatsapp image 2025 06 25 at 18.50.55 65da169f

ନୟାଗଡ଼, ତା-୨୫.୬.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ଓ ରୋଟାରୀ କ୍ଲବ ସହଭାଗିତାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିବା ସହ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ଏବଂ ସମାଜସେବୀ ଦାମୋଦର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ ଯୋଗ ଦେଇଥିଲେ ।

whatsapp image 2025 06 25 at 18.49.39 9481b358

ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା, ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ଅବିନାଶ ସାହୁ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଏବଂ ସେମାନଙ୍କ ପରିବାରର ସଦସ୍ୟ ରକ୍ତଦାନ କରିଥିଲେ । ସେହିଭଳି ଭାବେ ବଣିକ ସଂଘ, ଡ୍ରାଇଭର ସଂଘ, ୟୁନିଟେକ ରେସିଡେନ୍ସିଆଲ୍ କଲେଜ, ଡିଭାଇନ୍ କଲେଜ ଏବଂ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ନୟାଗଡ଼ ବ୍ଲକ ବ୍ୟାଙ୍କ ପକ୍ଷରୁ ଡା. ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର, କାଉନସିଲର ଅଜୟ କୁମାର ପଟ୍ଟନାୟକ, ରବୀନ୍ଦ୍ର ନାଥ ସାହୁ, ଅଭିମନ୍ୟୁ ସାହୁ, ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମୋଟ ୭୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଶାନ୍ତ କୁମାର ଜେନା, ରଜତ ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ ନାୟକ, ସ୍ୱରୁପ ପଟ୍ଟନାୟକ, ରବୀନ୍ଦ୍ର ଦାଶ, ପ୍ରଭାତ କୁମାର ମହାପାତ୍ର, ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY