Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ଯାଦବ ମହାସଭା ର ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ ଦିଗମ୍ବର ବେହେରା

ପୁରୀ ଜିଲ୍ଲା ଯାଦବ ମହାସଭା ର ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ ଦିଗମ୍ବର ବେହେରା

yadav

ପୁରୀ ୧୯/୦୭/୨୦୨୫- ତୃପ୍ତିମୟୀ ଜେନା – ପୁରୀ ଜିଲ୍ଲା ଯାଦବ ମହାସଭା ରୁ ସାଧାରଣ ସମ୍ପାଦକ ତଥା ସାଧାରଣ ସଦସ୍ୟ ପଦବୀରୁ ଗତକାଲି ରାତିରୁ ଇସ୍ତଫା ଦେଇ ସାରିଛନ୍ତି ଅଧିବକ୍ତା, ସମାଜସେବୀ,କବି ଓ ବିଶିଷ୍ଟ ସଂଗଠକ ଦିଗମ୍ବର ବେହେରା। ବର୍ତ୍ତମାନର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେହେରା ଙ୍କ ନିକଟକୁ ଇସ୍ତଫା ପତ୍ର ଶ୍ରୀବେହେରା ପଠାଇ ଦେଇଛନ୍ତି।ପ୍ରକାଶ ଥାଉକି ଶ୍ରୀ ବେହେରାଙ୍କ ନେତୃତ୍ବରେ ଓଡ଼ିଶାରେ ସର୍ବ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଥିଲା। ଲଉଡି ଖେଳକୁ କଳାର ମାନ୍ୟତା ଦେବା ଏବଂ ଲଉଡି କଳାକାରମାନଙ୍କୁ କଳାକାର ଭତ୍ତା ପ୍ରଦାନ ତାଙ୍କର ବହୁଦିନ ର ଦାବିକୁ ତତ୍କାଳୀନ ଓଡ଼ିଶା ସରକାର କାର୍ଯ୍ୟକାରୀ କରିଥିଲେ। ପୁରୀ ଜିଲ୍ଲାରେ ବାସ କରୁଥିବା ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଯାଦବ ମାନଙ୍କ ର ସାମ୍ବିଧାନିକ ଅଧିକାର ପାଇଁଁ ସେ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଗୋଚର ଭୂମିର ସୁରକ୍ଷା,ଗୋମହିଷାଦିଙ୍କ ସୁରକ୍ଷା, ଗରିବ ଗୋପାଳକମାନଙ୍କ ପାଇଁ ଅଳ୍ପ ସୁଧ କିମ୍ମ ମାଗଣାରେ ଅର୍ଥ ଯୋଗାଇଦେବାକୁ ତାଙ୍କ ନେତୃତ୍ଵରେ ପୁରୀ ଜିଲ୍ଲା ଯାଦବ ମହାସଭା କାର୍ଯ୍ୟ କରି ଆସିଛି। ଜିଲ୍ଲା ଯାଦବ ମହାସଭାର ବିଭିନ୍ନ ମୁରବିମାନେ ହଠାତ ଦିଗମ୍ବର ବେହେରା ଙ୍କ ଇସ୍ତଫାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। 

SPREAD YOUR LOVE WITH YOUR FRIENDS AND FAMILY

Leave a Reply