Home / ମୁଖ୍ୟ ଖବର / ସଂପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ଚାରା ରୋପଣ

ସଂପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ଚାରା ରୋପଣ

whatsapp image 2025 08 16 at 19.20.04 20539a4d

ପୁରୀ, ୧୫.୦୮.୨୦୨୫: – ତୃପ୍ତିମୟୀ ଜେନା – ସଂପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ଚାରା ରୋପଣ କରାଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପିନାକ ମିଶ୍ର, ପୁରୀ ସାଂସଦ ସମ୍ବିତ ପାତ୍ର, ସମ୍ପର୍କର ସାଧାରଣ ସଂପାଦକ ସୌମେନ୍ଦ୍ର ଦାସ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସଦ୍ଭାବନା ପ୍ରମୁଖ ଶ୍ରୀଯୁକ୍ତ ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।

whatsapp image 2025 08 16 at 19.20.05 735db293
whatsapp image 2025 08 16 at 19.20.05 735db293

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ‌ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ସଂପର୍କ ଅନୁଷ୍ଠାନ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମରେ ଅତିଥି ମାନେ ଯୋଗ ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ। ଅତିଥି ମାନେ ପୁରୀରେ ସଂପର୍କ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply