Home / ମୁଖ୍ୟ ଖବର / କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ

କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ

whatsapp image 2025 08 16 at 19.58.59 46873a83

କାକଟପୁର:୧୭/୦୮/୨୦୨୫ – ତୁଷାର ଦୀକ୍ଷିତ – କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ କାକଟପୁର ତା ୧୬/୮ କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ପୌରହିତରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବା ପରେ କ୍ଲବର ସମସ୍ତ ସଦସ୍ୟ ଏବଂ ରାମକୃଷ୍ଣ ଶିଶୁ ମନ୍ଦିର ର ମେଧାବୀ ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ଆମର ପୂର୍ବଜମାନଙ୍କ ବଳିଦାନ ଓ ସଂଗ୍ରାମ ଯୋଗୁ ଆଜି ଆମେ ସ୍ଵାଧୀନ ଭାରତର ଜଣେ ଜଣେ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୌଭାଗ୍ୟ ପ୍ରାପ୍ତ କରିଛେ । ଦେଶର ସମୃଦ୍ଧି ଓ ଉନ୍ନତି ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ସହିତ ସୁଖ, ଶାନ୍ତି ଓ ସଦଭାବ ହୋଉଛି ଆମର ନିତୀ ଓ ଆଦର୍ଶ ବୋଲି ଶ୍ରୀ ଦୀକ୍ଷିତ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, କୋଷାଧକ୍ଷ ଭାଗବତ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ,ପୂର୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ମାନସ ଦୀକ୍ଷିତ,ପ୍ରଭାତ ଦୀକ୍ଷିତ ପ୍ରଭାସ ପୃଷ୍ଟି,ନୃସିଂହ ବେହେରା,ସାମସୁଲ ଆରିଫିନ,ବ୍ରଜକିଶୋର ସାହୁ, ଅକ୍ଷୟ ପ୍ରସାଦ ମହାନ୍ତି, ଶୁଭଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply