Home / ମୁଖ୍ୟ ଖବର / କଳିଙ୍ଗ ସ୍ମାର୍ଟ ସ୍କୁଲରେ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ପାଳିତ

କଳିଙ୍ଗ ସ୍ମାର୍ଟ ସ୍କୁଲରେ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ପାଳିତ

whatsapp image 2025 08 16 at 20.02.32 8fca7819

ପୁରୀ – ୧୫/୦୮/୨୦୨୫- ତୃପ୍ତିମୟୀ ଜେନା – ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ କଳିଙ୍ଗ ସ୍ମାର୍ଟ ସ୍କୁଲର ଛାତ୍ରଛାତ୍ରୀ ସକାଳ ୭:୩୦ ରେ ହରିହର ବିହାର ଲାବଣ୍ୟ ବିହାର ପ୍ରଭାତଫେରି କରିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଓ ସାମ୍ୱାଦିକ ଶ୍ରୀ ଯୁକ୍ତ ଜିତେନ୍ଦ୍ର ନାରାୟଣ ମିଶ୍ର ପତକା ଉତ୍ତୋଳନ କରିଥିଲେ ।

whatsapp image 2025 08 16 at 20.02.32 e6bb6812

ଛାତ୍ରଛାତ୍ରୀ ଙ୍କ ମାନଙ୍କ ପାଇଁ ବାର୍ତା ଥିଲା ଯେ ଆଜକୁ ୭୯ ବର୍ଷ ତଳେ ଆମ ଭାରତ ସ୍ଵାଧୀନତା ପାଇଥିଲା ସେତେବେଳେ ଇଂରେଜ ମାନେ ଭୀଷଣ। ଅତ୍ୟାଚାର କରିଥିଲେ ସେ ସମୟରେ ଆମର ଦେଶ ପ୍ରେମୀ ମହାତ୍ମା ଗାନ୍ଧି , ସୁବାଷ ବୋଷ , ଜବାହରଲାଲ ନେହୁରୀ ଆଦି ଅନେକ ଦେଶପ୍ରେମୀ ଦେଶ ସ୍ଵାଧୀନ ପାଇଁ ବଳିଦାନ ଦେଇଛନ୍ତି ଏବଂ ପ୍ରଥମେ ମା ବାପା ଯେମିତି ଆମର ସୁରକ୍ଷା ଦେଖୁଛନ୍ତି ଠିକ ସେମିତି ଆଜିର ପିଲାମାନେ ପରିବେଶର ସୁରକ୍ଷା କରିବା ପ୍ରଥମ ଦାଇତ୍ୱ । ଏତିକି କହି ସେ ନିଜର ବକ୍ତବ୍ୟ ଶେଷ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ କହିଲେ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଏକ ସୁସ୍ଥ ସମାଜ ଗଡ଼ିବାରେ ସାହାଯ୍ୟ କରନ୍ତି । ଆଜିର ଶିଶୁ କାଲିର ଦେଶର ଭବିଷ୍ୟତ । ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ , ଶୃଙ୍ଖଳିତ ବ୍ୟବହାର , କଳାସଂସ୍କୃତି ନିପୁଣ ହେବା ଆବଶ୍ୟକ ।

ପ୍ରତେକ ଅଭିଭାବକ ମାନେ ତାଙ୍କ ନିଜ ପିଲମାନଙ୍କୁ ଠିକ ସମୟରେ ବିଦ୍ୟାଳୟକୁ ଛାଡିବା , ପାଠପଢ଼ା ତଦାରଖ କରିବା ଶୃଙ୍ଖଳିତ କରିବା ପାଇଁ ଆଗଭର ହୁଅନ୍ତୁ । ଛାତ୍ରଛାତ୍ରୀମାନେ ଅଭିବାବକ ଓ ଶିକ୍ଷକମାନଙ୍କ କଥା ମାନିଚଳିଲେ ଦେଶର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ରାଜପାଳ ଆଦି ଉଚ୍ଚପଦବୀରେ ପହଁଚିପାରିବେ । ଶେଷରେ ବିଦ୍ୟାଳୟର ଅଧକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ l 16 ଅଗଷ୍ଟ ଶନିବାର ଦିନ ବିଦ୍ୟାଳୟ ରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଥିଲା କୁନି କୁନି ଛାତ୍ରଛାତ୍ରୀ ମାନେ କୃଷ୍ଣ, ବଳରାମ ଓ ରାଧା ବେଶରେ ଆସିଥିଲେ l କୃଷ୍ଣ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ପିଲାନେ ନୃତ୍ୟ ପରିବେଷଣ କରି ଖୁସି ବାନେଇଥିଲେ l ହିମାଦ୍ରୀ ତନୟା ସବୁଠାରୁ କାମ ବୟସରେ କୁନି ରାଧା ରାଣୀ ବେଶରେ ଆସିଥିଲେ l ଏହା ଚର୍ଚ୍ଚା ରେ ବିଷୟ ଥିଲା l ସ୍କୁଲ ର ଐଶ୍ଵରିଆ ମହାନ୍ତି, ସାଗରିକ ପ୍ରଧାନ, ଜ୍ଞାନ ଜ୍ୟୋତି ସିଂ, ପ୍ରିୟଙ୍କା ରଥ, ସନ୍ଧ୍ୟା ରାଣୀ ବାରିକ, ବିଶ୍ୱଜିତା ମିଶ୍ର, ସନ୍ଧ୍ୟା ରାଣୀ ମହାରଣା, ପ୍ରଲ୍ଲବୀ ମିଶ୍ର, ଲିପ୍ସା ମହାନ୍ତି, ଦେବେନ୍ଦ୍ର ପ୍ରଧାନ ଓ ବିପିନ ଭୋଇ ଦୁଇ ଦିନର କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply