ପୁରୀ : ୧୮/୯/୨୦୨୫ – ନି:ପ୍ର – ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସଦ ଓ ବିଜେପି ପକ୍ଷରୁ ପୁରୀ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ମାଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବଙ୍କ ସଂଯୋଜନାରେ ପୁରୀର ବଳିଆପଣ୍ଡା, ବ୍ରହ୍ମଗିରି, କଣାସର ବକୁ ମହାବୀରଦେବ ପୀଠ ପରିସର, ଭୁବନେଶ୍ୱରର ଖଣ୍ଡଗିରି,ବାଣୀବିହାର, ଖୋର୍ଦ୍ଧା ପ୍ରଭୁତି ସ୍ଥାନ ମାନଙ୍କରେ ସେବାପକ୍ଷ ପାଳନ ଅବସରରେ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁସାରେ ୧୫ହଜାର ରୁ ଅଧିକ ଚାରା ରୋପଣ କରାଯାଇଥିଲା।
ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଭବନ (ଟାଉନ ହଲ)ରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ କୁ ୭୫ ଟି ପ୍ରଦୀପ ପ୍ରଜ୍ୱଳନ କରାଯାଇ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଜୟନ୍ତୀ ସଭାରେ ଶ୍ରୀ ଜଗଦ୍ଦେବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୋଦିଜୀଙ୍କୁ ଜଣେ ପ୍ରଚଣ୍ଡ ପ୍ରତିଭାଧର ଯୁଗ ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ।
ଅନ୍ୟମାନଙ୍କ ଭିତରେ ଯୁବନେତା ବିଶ୍ୱଜିତ ବଡ଼ଜେନା, ପତିତପାବନ ପତି, ବାଙ୍କନିଧି ପ୍ରଧାନ, ଭାସ୍କର ମିଶ୍ର, ବୈକୁଣ୍ଠନାଥ ମହାପାତ୍ର, ସୁଜାତା ସ୍ୱାଇଁ, ପଙ୍କଜିନୀ ମହାପାତ୍ର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ୲











