ଡେଲାଙ୍ଗ, ତା୩୦/୯/୨୦୨୫ – ନି:ପ୍ର – (ପିଏନଏସ) ଡେଲାଙ୍ଗ ଥାନା ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ କୁଞ୍ଜର ଗ୍ରାମର ୧୦ମ ଶ୍ରେଣୀ ର ଦୁଇ ଛାତ୍ର ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଡେଲାଙ୍ଗ ଥାନାରେ ଲିଖୂତ ଅଭିଯୋଗ ହୋଇଛି| ଅଭିଯୋଗକୁ ଭିଭିକରି ଡେଲାଙ୍ଗ ଥାନାରେ ୩୨୯/୨୫ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ୟାମଘନ ବାରିକ କହିଛନ୍ତି। ସୁଚନା ମୁତାବକ ଦୁଇ ନାବାଳକ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠ ପଢାକୁ ନେଇ ନାବାଳକଙ୍କ ଉପରେ ଅଭିଭାବକ ବିରକ୍ତି ପ୍ରକାଶ କରିଥିଲେ । ମଙ୍ଗଳବାର ଭୋର ୬ଟାରୁ ଦୁଇଜଣ ସାଇକେଲେ ଯୋଗେ ଟିଉସନ ନା କହି ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ପାଖ ପଡୋଶୀ ବନ୍ଧୁ ବାନ୍ଧବ ବହୁତ ଖୋଜା ଖୋଜି କଲା ପରେ ବି ସେମାନଙ୍କର କୌଣସି ସନ୍ଧାନ ପାଇନଥିଲେ| ସେମାନଙ୍କ ସାଇକେଲ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଥିବା ସାଇକେଲ ଷ୍ଟାଣ୍ଡରେ ରହିଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି । ତେବେ ଦୁଇ ନାବାଳକ ନିଖୋଜ ନେଇ ତାଙ୍କ ମା’ ଡେଲାଙ୍ଗ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି।
ମିଳୁନି ଦୁଇ ନାବାଳକଙ୍କ ପତ୍ତା
No Comments
October 1, 2025 1:44 pm
Previous Article
Next Article

ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ।
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ।









